ଛତ୍ରପୁରରେ ସପ-ଫେଷ୍ଟ ପଲ୍ଲିଶ୍ରୀ ମେଳା ଉଦଘାଟିତ
ଛତ୍ରପୁର, (ଦେବଦତ୍ତ ମହାରଣା) : ଷ୍ଟାଡିୟମରେ ଓରମାସ, ମିସନ ଶକ୍ତି ଓ ଜିଲ୍ଲାପ୍ରଶାସନର ସହଯୋଗରେ ଅନୁଷ୍ଠିତ ଦୁଇଦିନିଆ ଜିଲ୍ଲା ସ୍ତରୀୟ ସପ-ଫେଷ୍ଟ, ପଲ୍ଲୀଶ୍ରୀ ମେଳା ଆଜି ଉଦଘାଟିତ ହୋଇଯାଇଛି । ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀର ମା ମାନେ ବହୁ ପରିଶ୍ରମ କରି ନିଜେ ବିଭିନ୍ନ କଳାକୃତୀ ଠାରୁ ଆରମ୍ଭ କରି ଘରୋଇ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି ଯାହାର ବିକ୍ରିବଟା ନିମନ୍ତେ ଏହି ପଲ୍ଲିଶ୍ରୀ ମେଳା ସହାୟକ ହେବ ବୋଲି ଏହି ମେଳାକୁ ଉଦଘାଟନ କଲା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଏହା ସହିତ ବିଭିନ୍ନ ଷ୍ଟଲ ଗୁଡିକ ମଧ୍ୟ ବୁଲି ଦେଖିଥିଲେ l ଜିଲ୍ଲା ଏବଂ ଜିଲ୍ଲା ବାହାରୁ ମିଶନ ଶକ୍ତି ମା ମାନେ ନିଜେ ପ୍ରସ୍ତୁତ କରିଥିବା ବିଭିନ୍ନ ସାମଗ୍ରୀ ଗୁଡିକୁ ୫୦ ଗୋଟି ଷ୍ଟଲରେ ବିକ୍ରି କରାଯାଇଥିଲା l ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ସପ ପେଷ୍ଟ ଓ ପଲ୍ଲିଶ୍ରୀ ମେଳା ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଛତ୍ରପୁର ଠାରେ ହେଉଥିବାରୁ ସେ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇବା ସହ ପଲ୍ଲିଶ୍ରୀ ମେଳା ରେ ମିଶନ ଶକ୍ତିର ମା ମାନେ ନିଜେ ପ୍ରସ୍ତୁତ କରିଥିବା ବିଭିନ୍ନ ସାମଗ୍ରୀ ବିକ୍ରି ବଟା କରି ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାର ପ୍ରତିପୋଷଣ କରିବାରେ ସହାୟକ ହେବ ବୋଲି କହିଥିଲେ l ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ,ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ,ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ, ଡୁଡ଼ା ପିଡି ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l ଓରମାସର ସିଇଓ ଡ଼ଃ ଜ୍ୟୋତି ପ୍ରକାଶ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠି ଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ l ଆଜି ପ୍ରଥମ ଦିନର ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଆ କଣ୍ଠଶିଳ୍ପୀ ଦୀପ୍ତିରେଖା , ଆଶୁତୋଷ ମହାନ୍ତି, ସତ୍ୟଜିତ୍ ପ୍ରଧାନ ସେମାନଙ୍କର କଳା ପ୍ରଦର୍ଶନ କରିଛନ୍ତି । ନିଜ ନିଜ ଗୀତ ଯାଦୁରେ ଦର୍ଶକ ମାନଙ୍କୁ ନଚାଇବା ସହ ଖୁସି କରାଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନିଜ ନିଜ କଳା କୃତି ପରିବେଷଣ କରାଯାଇଥିଲା l


