ଛତ୍ରପୁରର ବିଭିନ୍ନ ସ୍ଥାନରେ ଉଡିଲା ତ୍ରିରଙ୍ଗା
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରବିଭିନ୍ନ ସ୍ଥାନ ରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜେଲ ରୋଡ଼ ନିକଟରେ ଥିବା ଆନ୍ତର୍ଜାତିକ ମାର୍କା ୟୁରୋ ସ୍କୁଲ ପରିସର ରେ ପ୍ରିନ୍ସପାଲ ପ୍ରମୋଦ କୁମାର ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସର ରେ ସ୍କୁଲ ଅଧ୍ୟକ୍ଷ ରଞ୍ଜନ ମହାପାତ୍ର, ମୁଖ୍ୟ ପୃଷ ପୋଷକ ସସ୍ମିତା ମହାପାତ୍ର ଙ୍କ ଅନ୍ୟାନ୍ୟ ଶିକ୍ଷକ /ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଓ ଆବାସିକ କାର୍ଯ୍ୟାଳୟ ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଜାତୀୟ ପତକା ଉତ୍ତୋଳନ କରିଥିଲେ l ଡିଆରଡ଼ିଏ ଠାରେ ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ଜାତୀୟ ପତକା ଉତ୍ତୋଳନ କରିଥିବା ବେଳେ ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ଦୋରା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତିଭାସନ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଛତ୍ରପୁର ଥାନାରେ ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ ,ସ୍ଥାନୀୟ କୃଷକ ବଜାର ନିକଟ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ସ୍କୁଲ ର ମୁଖ୍ୟ ସୁଧୀର କୁମାର ସାହୁ, ଛତ୍ରପୁର ଏନଏସି ରେ ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ, ଛତ୍ରପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସର ରେ ସଭାପତି ପ୍ରଦୀପ କୁମାର ପାଢ଼ୀ, ରାଧା ଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ରାମକୃଷ୍ଣ ନଗର ଠାରେ ଟ୍ରଷ୍ଟ ର ସଭାପତି ତଥା କାଉନସିଲର ଦେବାଶିଷ ମିଶ୍ର, ସ୍ଥାନୀୟ ବ୍ୟାଙ୍କ କଲୋନୀ ସ୍ଥିତ ଯଶୋଦା ଫାଉଣ୍ଡେସନ ର କାର୍ଯ୍ୟାଳୟ ଠାରେ ଟ୍ରଷ୍ଟି ସାଗରିକା ପଣ୍ଡା, ସ୍ଥାନୀୟ ବ୍ୟାରେକ ସ୍କୁଲ ଠାରେ କାଉନସିଲର ସନ୍ତୋଷୀ ସେଠି, ସ୍ଥାନୀୟ ରୋଟାରୀ କ୍ଳବ ପରିସର ରେ ସଭାପତି ତଥା 20ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ,ସ୍ଥାନୀୟ ରାମନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ସଭାପତି ଉପେନ୍ଦ୍ର ମହାନ୍ତି, ଚମାଖଣ୍ଡି ସ୍ଥିତ ସିପିଆଇ କାର୍ଯ୍ୟାଳୟ ପରିସର ରେ ଶ୍ରମିକ ନେତା ଦୁର୍ଯ୍ୟୋଧନ ନାହାକ, ଛତ୍ରପୁର ସିପିଆଇ କାର୍ଯ୍ୟାଳୟ ଠାରେ ଜୋନାଲ ସମ୍ପାଦକ ଏସ. କ୍ରୀଷ୍ଣା ରେଡ୍ଡୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାସହ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲଗୁଡିକରେ ମହାସମାରୋହରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।


