ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା): ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାର  ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଅମୀୟ କୁମାର ସାହୁଙ୍କ ଅଧ୍ୟକ୍ଷତା ରେ  ଅନୁଷ୍ଠିତ ହୋଇଯାଇଛି l  ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ରାଜସ୍ୱ ଅଧିକାରୀ ଡ଼ଃ. ବିଜୟାନନ୍ଦ ସେଠି ଙ୍କ ଉପସ୍ଥିତ ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସମୀକ୍ଷା କରିଥିଲେ l ନିଜ ନିଜ ଅଞ୍ଚଳର ବଳକା ଥିବା ବାଲି ଖାଦାନ ଏବଂ ପଥର ଖାଦାନ କୁ ତୁରନ୍ତ ଚାଲୁ କରିବା ନିମନ୍ତେ ବିଜ୍ଞପ୍ତି ଜାରିକରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ତାଗିଦ୍ କରିଥିଲେ l ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା  ରାଜସ୍ଵ ଲକ୍ଷ୍ୟ ଏବଂ ଡି ସି ବି ଲକ୍ଷ୍ୟ ପୁରାଣ କରିବାପାଇଁ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ବାବଦରେ ସମସ୍ତ ତହସିଲଦାର ମାନଙ୍କୁ ରାଜସ୍ଵ ନିରୀକ୍ଷକ ବାରି ଲକ୍ଷ୍ୟ ଧାର୍ଯ୍ଯ କରି ଧାର୍ଯ୍ଯ ରାଜସ୍ୱ ଆଦାୟ କରିବା ପାଇଁ କହିଥିଲେ l ବେଆଇନ୍ ଭାବେ ବାଲି ଗୋଡ଼ି, ମୋରମ୍ ବୋଝେଇ ଟ୍ରକ୍ ଓ ଟ୍ରାକଟର ଗୁଡ଼ିକୁ ଧରପଗଡ଼ କରି ଉପଯୁକ୍ତ କର ଆଦାୟ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ l ସମସ୍ତ ପଥର ଖାଦାନ ଗୁଡ଼ିକୁ ତଦନ୍ତ କରି ଆଦେଶ ଠାରୁ ଅଧିକ ପଥର ଆମଦାନୀ ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ l ଚଳିତ ଆର୍ଥିକ ବର୍ଷରେ ରାଜସ୍ୱ ଅଭିବୃଦ୍ଧି ନିମନ୍ତେ ସମସ୍ତ ଖାଦାନ ଗୁଡିକ ପାଇଁ ବିଜ୍ଞପ୍ତି ଶେଷ କରିବା ପାଇଁ କହିଥିଲେ l ବକେୟା ବନ୍ଦୋବସ୍ତ ଏବଂ ଗ୍ରାମକଣ୍ଠ କେସ୍ କୁ ତ୍ୱରାନ୍ୱିତ କରି ହିତାଧିକାରୀ ମାନଙ୍କୁ ପଟା ପ୍ରଦାନ କରିବାକୁ ଜୋର୍ ଦେଇଥିଲେ l ଦାଖଲ ଖାରଜ ମାମଲାରେ ସମୟାନୁବର୍ତ୍ତିତା ହୋଇ ଧାର୍ଯ୍ଯ ସମୟରେ ଫଇସଲା କରିବାକୁ ଆଦେଶ ଦେଇଥିଲେ l ବର୍ତ୍ତମାନ ପିଲାଙ୍କ ସ୍କୁଲ ଓ କଲେଜ ଶିକ୍ଷା ନିମନ୍ତେ ଦରକାରୀ ହେଉଥିବା ସମସ୍ତ ଦରକାରୀ ପ୍ରମାଣପତ୍ର ତୁରନ୍ତ ଯୋଗାଇ ଦେବା ପାଇଁ ଗୁରୁତ୍ଵ ଦେଇଥିଲେ l ୨୮.୧୦.୨୦୨୦ ସନ୍ଧ୍ୟା ସୁଦ୍ଧା ସମସ୍ତ ଦରକାରୀ ପ୍ରମାଣ ପତ୍ର ଅନ୍ ଲାଇନ୍ ରେ ହିତାଧିକାରୀଙ୍କୁ ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ l ହିତାଧିକାରୀ ମାନଙ୍କ ହିତ ଉପରେ ସର୍ବୋଚ୍ଚ ଧ୍ୟାନ ଦେବାପାଇଁ କହିଥିଲେ lଏଥିରେ  ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଉପବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ଶତପଥି ଙ୍କ ସମେତ ଉପଖଣ୍ଡର ସମସ୍ତ ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ