ଛତ୍ରପୁର ଜେଲ୍‌ରେ ଫାଇଲେରିଆ ନିରାକରଣ ନିମନ୍ତେ ସଚେତନତା

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଜେଲ୍ ପରିସରରେ ଥିବା ଅନ୍ତେବାସୀଙ୍କୁ ଫାଇଲେରିଆ ନିରାକରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଫାଇଲେରିଆ ନିରାକରଣ ଅଭିଯାନରେ ଛତ୍ରପୁର ଜେଲ୍‌ର ସମସ୍ତ ଅନ୍ତେବାସୀଙ୍କୁ ଡିଇସି ଓ ଆଲବେଣ୍ଡାଜୋଲ୍ ବଟିକା ସେବନ କରାଯାଇଥିଲା । ଏଥିସହ ଫାଇଲେରିଆ ନିରାକରଣ ଲାଗି ବିଭିନ୍ନ ସଚେତନତା କରାଯାଇଥିଲା । ପିସିଆଇ ସଂସ୍ଥାର ସବିର୍ ସାଦ୍‌ମାନି ଓ ଝିଲିବାଳା ରାଉତ ପ୍ରମୁଖ ଉପସ୍ଥିତ ରହି ମହିଳା ଓ ପୁରୁଷ ଅନ୍ତେବାସୀଙ୍କୁ ଔଷଧ ସେବନ କରାଇବା ସହ ସଚେତନତା କରାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜେଲ୍ ଅଧୀକ୍ଷକ ଶୁଭସ୍ମିତା ବିଶ୍ୱାଳ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ