ଛତ୍ରପୁର ବ୍ଲକ ରୁ ବାହାରିଥିବା ତୀର୍ଥଯାତ୍ରା ଗାଡି କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ବିଧାୟକ

ଛତ୍ରପୁର, (ଦେବଦତ୍ତ ମହାରଣା) : ବରିଷ୍ଠ ନାଗରିକ ମାନଙ୍କ ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ତୀର୍ଥଯାତ୍ରା ଯୋଜନା କରାଯାଇଛି l ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁର ବ୍ଲକ ପକ୍ଷରୁ 14 ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ବାହାରିଛନ୍ତି l ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରରୁ ତୀର୍ଥଯାତ୍ରା ରେ ବାହାରିଥିବା ଗାଡି କୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ଏହି 14 ଜଣ ବରିଷ୍ଠ ନାଗରିକ ମାନେ ଆଜି ଠାରୁ ବାହାରି କନ୍ୟା କୁମାରୀ ଓ ତ୍ରିବେନ୍ଦ୍ରମ ତୀର୍ଥ ଯାତ୍ରା କରି ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ତୀର୍ଥଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି l ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳ, ଏ ବିଡ଼ିଓ ଜୟଶ୍ରୀ ନାୟକ ଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ