ଛତ୍ରପୁର ହସ୍ପିଟାଲ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ତଦାରଖ କଲେ ଗଂଜାମ ଜିଲ୍ଲପାଳ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟକୁ ଆଜି ଗାଂଜମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଚାନକ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ତଦାରଖ କରିବାସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟ ସାରିବାକୁ କହିଛନ୍ତି । ହସ୍ପିଟାଲରେ ସାଢେ ୨ କୋଟି ଅନୁଦାନରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ନିର୍ମାଣ କାର୍ଯ୍ୟର ଜିଲ୍ଲାପାଳ ତଦାରଖ କରିବା ସହ ହସ୍ପିଟାଲ ପରିସରକୁ ପରିଷ୍କାର ଓ ପରିଛନ୍ନତା ରଖିବା ସହ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ହସ୍ପିଟାଲର ଅଧ୍ୟକ୍ଷ କାହ୍ନୁ ଚରଣ ପାତ୍ରଙ୍କୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ହସ୍ପିଟାଲ ପରିଦର୍ଶନ ବେଳେ ଛତ୍ରପୁର ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡି ସାକ୍ଷତ କରି ହସ୍ପିଟାଲରେ ଡାକ୍ତର ସମସ୍ୟା ଏବଂ ରୋଗୀଙ୍କୁ ଉଚିତ୍ ସେବା ଯୋଗାଇବାରେ ବିପର୍ଯ୍ୟସ୍ତ ବ୍ୟବସ୍ଥା ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ଡିପିଏମ୍ ଶ୍ୟାମ ସୁନ୍ଦର ତ୍ରିପାଠୀ, ଡିଆର୍ଏମ୍ସିଏଚ୍ ଶକ୍ତି କୁମାର ଦିଗାଲ, ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅବନୀ କୁମାର ଦାଶ, ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ, ହସ୍ପିଟାଲ ମ୍ୟାନଜର ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ