ଛାତ୍ରଛାତ୍ରୀଙ୍କୁ ଶଂଖାଳୀ ଗୌରୀ ସ୍ମାରକୀ ମେଧା ସମ୍ମାନ

ବନ୍ତ,୪/୫(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଶଂଖାଳୀ ଗୌରୀ ସ୍ମାରକୀ ମେଧା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସ୍ଥାୟୀ ସଭାପତି ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଶିଷ୍ଟ ଅତିଥି ଭାବେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତ, ଉଦ୍‌ଘାଟକ ଭାବେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡା, ମୁଖ୍ୟ ବକ୍ତା ଭାବେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଜେନା, ଗଣିଜାଙ୍ଗସ୍ଥିତ ଏକାଡେମିକ ଇଣ୍ଟରନେସନାଲ ସ୍କୁଲର ଅଧ୍ୟକ୍ଷ ଗୌରାଙ୍ଗ ଚନ୍ଦ୍ର ନାୟକ, ଜାତୀୟ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ଭାସ୍କର ଚନ୍ଦ୍ର ପାଢୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସୁପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ୱେତପଦ୍ମା ପାତ୍ର ବକ୍ତବ୍ୟ ରଖିଥିଲେ । ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ଜେନା ଅତିଥିଙ୍କୁ ମଞ୍ଚକୁ ଆହ୍ୱାନ, ଶିକ୍ଷକ ସୁକାନ୍ତ କୁମାର ବେହେରା ଅତିଥି ପରିଚୟ, ଟ୍ରଷ୍ଟର ଉପଦେଷ୍ଟା ଜଗନ୍ନାଥ ପାତ୍ର ଉଦ୍ଦେଶ୍ୟ ଜ୍ଞାପନ, ଟ୍ରଷ୍ଟର ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା ସମ୍ପାଦକୀୟ ବିବରଣୀ ପାଠ ଏବଂ ଶିକ୍ଷକ ଶ୍ରୀକାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଚଳିତ ସିବିଏସଇ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ୧୯ ଜଣ, ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଜଣେ, ଗଣିଜାଙ୍ଗସ୍ଥିତ ଏକାଡେମିକ ଇଣ୍ଟରନେସନାଲ ସ୍କୁଲର ୩ ଜଣ ଏବଂ କେନ୍ଦୁଆପଦାସ୍ଥିତ ସତ୍ୟ ସାଇ ଗୁରୁକୂଳର ୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର, ମେଡାଲ ଓ ପୁରସ୍କାର ରାଶି ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ ସମାରୋହକୁ ଉଦ୍‌ଘାଟନ କରାଯାଇଥିଲା । ପରେ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସନ୍ତୋଷ କୁମାର ପାତ୍ର, ରବିନ୍ଦ୍ର କୁମାର ଜେନାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ