ହାଟଡିହିରେ ବିଜେପି ପାଳିଲା ବିଜୟ ଉତ୍ସବ
ହାଟଡିହି , (ଓ୍ବାଇଏନଏସ) : ବହୁ ପ୍ରତିକ୍ଷିତ ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟରେ ବିଜେପି କର୍ମକର୍ତ୍ତା ମାନେ ଉତଫୁଲିତ ହୋଇ ଉଠିଛନ୍ତି I ଏପରି ବିଜୟ ପାଇଁ ବିଜେପି ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ କରାଯାଇଛି I ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିଜେପି ନେତା ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନୀଙ୍କ ନେତୃତ୍ୱରେ ଶତାଧୂକ କର୍ମୀ ହାଟଡିହି ଓ ଛେନାପଦି ଛକରେ ଢୋଲ ବଜାଇ, ବାଣ ଫୁଟାଇ ନାଚ ଗୀତରେ ବିଜୟ ଉତ୍ସବକୁ ପାଳନ କରିଛନ୍ତି I ଶରତ କୁମାର ସେଠୀ, ସୁଶାନ୍ତ କୁମାର ଜେନା, ମିନତୀ ମହାପାତ୍ର, ଦୀପ୍ତିମୟୀ ଖୁଣ୍ଟିଆ, ତୃପ୍ତିମୟୀ ଜେନା, ବିଜୟାଲକ୍ଷ୍ମୀ ଜେନା, ଜୟନ୍ତୀ ଟୁଡୁ, ତପସ୍ୱିନୀ ମହାପାତ୍ର, କନକଲତା ଜେନା, ରୁଦ୍ର ପ୍ରସାଦ ଜେନା, ଜଗନ୍ନାଥ ବାରିକ, ରମାକାନ୍ତ ସାହୁ, ଶତ୍ରୁଘ୍ନ ମାଝୀ, ମନୋଜ ପଣ୍ଡା, ଦୀପକ ଜେନା, ଶୁଭାଦ୍ରି ବଳିୟାର ସିଂ, ହରେକୃଷ୍ଣ ସ୍ୱାଇଁ, ଶଶିକାନ୍ତ ରାଉତ, ନିକୁଞ୍ଜ ଓଝା, ଦେବାଶିଷ ସେନାପତି, ଚତୁର୍ଭୁଜ ସ୍ୱାଇଁ, ଦିନେଶ ସେଠୀ, ଭୀମସେନ ପେରେଇ, ଦେବାଶିଷ ସେନାପତି, ଗୋପାଳକୃଷ୍ଣ ସେନାପତି, ଅଭିନ୍ନ ରାଉଳ, ସୁଧାଂଶୁ ବିଶ୍ୱାଳ, ଅନ୍ତର୍ଯ୍ୟାମୀ ଖଣ୍ଡେଇ, ସୁରେନ୍ଦ୍ର ସାହୁ, ସୁରେନ୍ଦ୍ର ବିଶ୍ୱାଳ, ପ୍ରଦୀପ ନାୟକ, ବସନ୍ତ ନାୟକ, ବିଦ୍ୟାଧର ଜେନା, ରାଜେଶ ସେଠୀ, କାଳନ୍ଦୀ ବେହେରାଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସାରା ଭାରତର ଲୋକମାନେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରୁଥିବା ଏହି ବିଜୟରୁ ପ୍ରମାଣିତ ହେଉଛି ବୋଲି ବିଜେପି କର୍ମକର୍ତ୍ତା ମାନେ ମତବ୍ୟକ୍ତ କରିଛନ୍ତି।


