ସୁନା ଅଳଙ୍କାର ଚୋରି ଘଟଣା: ଅଭିଯୁକ୍ତକୁ ପୁରୀରୁ ଗିରଫ କଲା ପୁଲିସ

ନାଉଗାଁ, (ଓ୍ବାଇଏନଏସ): ଦୀର୍ଘ ୨ବର୍ଷ ହେବ ଚୋରି ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ନାଉଗାଁ ପୋଲିସ ସଫଳତାର ସହ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଉକ୍ତ ଅଭିଯୁକ୍ତ ଜଣକ ହେଉଛନ୍ତି ଏହି ଥାନା ଅନ୍ତର୍ଗତ ଗୋପାଳପୁରର ଭାସିଆକୁଦ ଗ୍ରାମର ପିଂଟୁ ଓରଫ ସୁନିଲ ମଲ୍ଲିକ(୨୮)। ଏହି ଗ୍ରାମର ଗୌରାଙ୍ଗ ଚରଣ ମୁଦୁଲିଙ୍କ ଘରେ କେହି ନଥିବା ବେଳେ ତାଙ୍କ ଘର ତାଲା ଭାଙ୍ଗି କେହି ଦୁର୍ବୃତ ବିଭିନ୍ନ ଘରୋଇ ସାମଗ୍ରୀ ସହିତ ସୁନା ଅଳଙ୍କାର ଓ ନଗଦ ୫ ହଜାର ଟଙ୍କା ନେଇଥିବା ୨୦୨୪ ଜୁଲାଇ ୭ରେ ଗୌରାଙ୍ଗ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ ୧୮୭/୨୪ରେ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତଜାରି ରହିଥିଲା। ତଦନ୍ତ ସମୟରେ ୨୦୨୪ ଜୁଲାଇ ୯ ରେ ଏହି ଘଟଣାରେ ସଂପୃକ୍ତ ମୁଗେଇ ଗ୍ରାମର ସୁମନ ଓରଫ ସତ୍ୟବ୍ରତ କାଣ୍ଡିଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିଲା। ସେହି ସମୟରେ ତାଙ୍କ ନିକଟରୁ ଗ୍ରାଇଣ୍ଡର, ସିଲିଂ ଫ୍ୟାନ ଓ ଗୋଟିଏ ଇଣ୍ଡକସନ ଚୁଲା ଉଦ୍ଧାର କରାଯାଇଥିଲା। ସେହି ସମୟରେ ତାଙ୍କ ସହଯୋଗୀ ସୁନିଲ ଦୀର୍ଘ ଦିନ ହେବ ଫେରାର ହୋଇ ରହିଥିଲେ। ବିଶେଷସୂତ୍ରରୁ ଖବର ପାଇ ନାଉଗାଁ ଥାନାଧିକାରୀ ଦେବାଶୀଷ ପଣ୍ଡା ସଦଳବଳେ ପୁରୀରେ ପହଂଚି ମେ ୪ ତାରିଖରେ ହୋଟେଲ ବିଶାଳରୁ ସୁନିଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁନିଲ ସେଠାରେ ଏକ ଘରୋଇ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ