ଛେନାପଦିରେ ପୁଣି ମୋବାଇଲ ଲୁଟେରା ସକ୍ରୀୟ, ଶିକ୍ଷକଙ୍କ ନିକଟରୁ ମୋବାଇଲ ଲୁଟ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଛେନାପଦିଛକରେ ମୋବାଇଲ ଲୁଟେରା ଗ୍ୟାଙ୍ଗ ପୁଣି ସକ୍ରୀୟ ହୋଇ ଉଠିଛନ୍ତି । ଛେନାପଦିଛକରେ ସକାଳବେଳା ପରିବା ଦୋକାନୀଙ୍କ ନିକଟରେ ପ୍ରବଳ ଗହଳି ହେଉଥିବାରୁ ଏହାର ସୁଯୋଗରେ ସେମାନେ ପରିବାପତ୍ର କିଣିବା ପାଇଁ ଆସିଥିବା ଲୋକମାନଙ୍କୁ ଟାର୍ଗେଟ କରୁଛନ୍ତି । ବରାଙ୍ଗ ଗ୍ରାମର ଜଣେ ଶିକ୍ଷକ ପରିବାପତ୍ର କିଣିବାପାଇଁ ଛେନାପଦିଛକକୁ ଆସିଥିବାବେଳେ ଲୁଟେରାମାନେ ଅତି ଚତୁରତରା ସହିତ ତାଭ୍କ ପକେଟରୁ ମୋବାଇଲଟିକୁ ଲୁଟ କରିନେଇଥିଲେ । କିଛିସମୟ ପରେ ଶିକ୍ଷକ ଜଣକ ନିଜ ମୋବାଇଲ ନଥିବା ଦେଖି ଖୋଜାଖୋଜି କରିବାପରେ ନିକଟସ୍ଥ ଏକ ଲୁଗା ଦୋକନର ସିସିଟିଭି କ୍ୟାମେରା ଯାଞ୍ଚ କରିବାରୁ ଦୁଇଜଣ ଯୁବକ ଆଳୁ କିଣିବା ବାହାନାରେ ସଂପୃକ୍ତ ଶିକ୍ଷକ ପାଖରେ ନଇପଡି ତାଙ୍କ ପକେଟରୁ ମୋବାଇଲଟିକୁ ନେଇଯାଉଥିବାର ଦୃଶ୍ୟ ଦେଖିବାପରେ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଛେନାପଦିଛକରେ ବାରମ୍ବାର ଏପରି ଘଟଣା ଘଟିବା ସହ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ଏହି ଲୁଟେରା ମାନଙ୍କୁ ଠାବ କରିବାରେ ସଫଳ ହୋଇ ପାରିନି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ