ବିଦ୍ୟାଧରପୁର ବଜାରରେ ବ୍ୟାନର ଟଙ୍ଗା ହୋଇଛି, ମିଳୁନି ପାଣି
ହାଟଡିହି ,(ଓ୍ବାଇଏନଏସ): ଗତ କିଛିଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ପ୍ରଚଣ୍ଡ ଖରାରେ ଗଡ଼ିଆ, ନାଳ, ନଳକୂପ ଶୁଖିଯାଇଛି। ଏଭଳି ସ୍ଥିତିରେ ପ୍ରତି ପଞ୍ଚାୟତ ପକ୍ଷରୁ ଛକ, ବଜାର ଓ ଗାଁ ଗୁଡ଼ିକରେ ଜଳଛତ୍ର ଖୋଲାଯାଇ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। କିନ୍ତୁ କେନ୍ଦୁଝର ଜିଲା ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ ବିଦ୍ୟାଧରପୁର ମୁକ୍ତେଶ୍ବର ବଜାରରେ ପାନୀୟ ଜଳ ଯୋଗାଣର ବ୍ୟାନର ଟଙ୍ଗା ଯାଇଥିଲେ ବି ଜଳଯୋଗାଣ ହେଉନଥିବା ଦେଖିବାକୁ ମିଳିଛି। ବାଟୋଇ ମାନେ କିମ୍ବା ବଜାରକୁ ଆସୁଥିବା ଲୋକମାନେ ପାଣି ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଦ୍ୟାଧରପୁର ମୁକ୍ତେଶ୍ୱର ବଜାର ଜନଗହଳିପୂର୍ଣ ଅଞ୍ଚଳ ହୋଇଥିବା ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ବଢାରରେ ଭିଡ଼ ଲାଗି ରହିଥାଏ । ଯାତ୍ରୀବାହୀ ଗାଡ଼ିରେ ଯିବାକୁ ଲୋକେ ବଜାର ଛଳରେ ଅପେକ୍ଷା କରିଥାନ୍ତି। ଏହାକୁ ନଜରରେ ରଖ୍ ବଜାର ଛକରେ ଏକ ଅଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ତାହା କାମରେ ଲାଗୁନାହିଁ। ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ପାଣି ଯୋଗାଣ ହେଉଥୁବା ନେଇ ବ୍ୟାନର ଟଙ୍ଗାଯାଇ ଉଲ୍ଲେଖ କରାଯାଇଛି। ମାତ୍ର ପାଣି ଟୋପେ ଆସୁନାହିଁ ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ପ୍ରଶାସନ ଓ ସରପଞ୍ଚ ଏଥିପ୍ରତି ଦୃଷ୍ଟିଦେଇ ଜଳ ଯୋଗାଣ କରିବା ଦାବି ହୋଇଛି I ଏ ନେଇ ବିଡିଓ ରଞ୍ଜଳୀ କୁମାର ପରିଡ଼ାଙ୍କୁ ପଳ ପଚାରିବାରୁ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଥିଲେ।


