ଶବ୍ଦାଲୋକ ଓ ଚିତ୍ରାଳୟ କାରିଗରର ସାଧାରଣ ବୈଠକ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲା ଶବ୍ଦାଲୋକ ଓ ଚିତ୍ରାଳୟ କାରିଗର ସଂଘର ଏକ ସାଧାରଣ ବୈଠକ ଆଙ୍କୁଲି ସ୍ଥିତ ପଶ୍ଚିମେଶ୍ୱର ପ୍ରାଙ୍ଗଣରେ ସଂଘର ସଭାପତି ଶ୍ରୀକାନ୍ତ କୁମାର ଦଳେଇଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଓଡିଶା ଚିତ୍ରାଳୟ ମାଲିକ ସଂଘର ସଂପାଦକ ଦୂର୍ଗା ପ୍ରସାଦ ଆଚାର୍ଯ୍ୟ,ମୁଖ୍ୟ ଅତିଥି ,ନୃତ୍ୟାଚର୍ଯ୍ୟା ସୁବାସ ଚନ୍ଦ୍ର ସାହୁ ,ରୋଶନ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶବ୍ଦାଲୋକ ଓ ଚିତ୍ରାଳୟ କାରିଗର ମାନେ ଜଣେ ଜଣେ ନୈପଥ୍ୟ ନାଟକ ନିର୍ବାହ କରୁଥିଲେ । ସେମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି ସେମାନଙ୍କ ପ୍ରଗତିକୁ ଆମେ ଧ୍ୟାନ ଦେବ ଆବଶ୍ୟକ । ଏହି ଅବସରରେ ପଂଜିକୃତ ହୋଇଥିବା ଲେବର କାର୍ଡ ପ୍ରାପ୍ତି ସଂପର୍କରେ ଆଲୋଚନା ହୋଇଥିଲା ।ଦକ୍ଷିଣ ଓଡିଶାର ବରିଷ୍ଠ କଳାକାର ସଂଘର ସଭାପତିି ଭାବରେ ଚୟନ କରାଯାଇ ପୁଷ୍ପଗୁଚ୍ଛ ଅର୍ପଣ କରି ଶୁଭେଚ୍ଛା ଜଣାଇଥିଲେ ।ସଂଘ ସଂପାଦକ ଭାଷଣ ଦେଇଥିବା ବେଳେ କର୍ମଚାରୀ ଓ ସଭାପତି ଡମ୍ବୁରୁଧର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ବୈଠକ ପରିଚାଳନା କ୍ଷେତ୍ରରେ ପ୍ରଶାନ୍ତ କୁମାର ସେଠୀ, ରବିନ୍ଦ୍ର କୁମାର ପ୍ରଧାନ , ମନୋଜ କୁମାର ସାହୁ ,ପ୍ରଫୁଲ ଚନ୍ଦ୍ର ନାୟକ, ଶିବରାଜ ସେଠୀ, ସନ୍ତୋଷ କୁମାର ରଣା ,ଚନ୍ଦ୍ରଶେଖର ରଣା ,ସୁଦର୍ଶନ ନାୟକ , ବସନ୍ତ କୁମାର ସେଠୀ,ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ଉପସଭାପତି ଶରତ ଚନ୍ଦ୍ର ଦାସ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।


