ଜଗତଗୁରୁ ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସଦେବଙ୍କ ଆଶ୍ରମଗୃହ ପ୍ରତିଷ୍ଠା ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଜିଲ୍ଲା ଭକ୍ତ ସମିତି ପକ୍ଷରୁ ଜିଲ୍ଲା ଆଶ୍ରମ ଗୃହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜୁଇଦାସପୁର(କଂଟାପଦା)ଠାରେ ଅନୁଷ୍ଠିତ ଜିଲ୍ଲା ଆଶ୍ରମ ଗୃହ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଧାମ କରମଳାର ନାମାଚାର୍ଯ୍ୟ ସନ୍ୟାସୀ ବାବାଜୀ ନୀଳମଣି ଦାସ, ବାବାଜି ସୁଧାନନ୍ଦ ଦାସ,ବାବାଜି ଶ୍ରୀନିବାସ ଦାସ ଓ ବାବାଜି ଦୟାନିଧି ଦାସ ଯୋଗଦେଇ ହୋମଯଜ୍ଞ, ପୂଜାର୍ଚ୍ଚନା ଓ ଷୋଡଶ ଉପଚାର ପୂଜା ସହିତ ଆଶ୍ରମ ପ୍ରତିଷ୍ଠା କରିଥିଲେ । ସାମାଜିକ ଦ୍ୱରତା ରକ୍ଷାକରି ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିଥିଲେ । ସିଂହାସନରେ ଶ୍ରୀ ଶ୍ରୀ ଠାକୁରଙ୍କୁ ନାମାଚାର୍ଯ୍ୟ ସନ୍ଥ ବାବାଜୀ ଭୀମସେନ ଦାସ ବିଜେ କରାଇଥିଲେ । ସେବକ ଅଭୟ ଦାସଙ୍କ ତତ୍ୱାବଧାନରେ ସଭାପତି କ୍ଷୀରୋଦ କୁମାର ନାଥ, ସମ୍ପାଦକ ରବୀନ୍ଦ୍ର ନାଥ ଦାସ, କୃଷ୍ଣଚନ୍ଦ୍ର ନାଥ, ସାରଦା ପ୍ରସନ୍ନ ନାଥ, ସରୋଜକାନ୍ତ ଜେନା, ସନାତନ ପ୍ରଧାନ, ମୋହନ ଓଝା, ସନାତନ ବେହେରା, ମଧୁସୁଦନ ମୁଦୁଲି, ସନାତନ ବାରିକ, ଜାନକୀ ବଲ୍ଲଭ ମହାନ୍ତି, ଅରକ୍ଷିତ ସାହୁ, ଉମେଶ ଚନ୍ଦ୍ର ଭଦ୍ର, ଭଗବତୀ ନାୟକ, ଏକାଦଶୀ ନାୟକ, ରବୀନ୍ଦ୍ର ରଣା, ପ୍ରଶାନ୍ତ କୁମାର ନାୟକ, ତପନ କୁମାର ସ୍ୱାଇଁ, ଅଶୋକ କୁମାର ନାୟକ, ପ୍ରଶାନ୍ତ କୁମାର ନାୟକ, ପାଗଳ ଦାସ, କ୍ଷୀରୋଦ ଓଝା, ବଟକୃଷ୍ଣ ରାଉତ, ଅମରେନ୍ଦ୍ର ଦାସ, ଶ୍ରୀମତୀ ସ୍ୱାଇଁ, ଅର୍ଜ୍ଜୁନ ରାଉତ, ପ୍ରହ୍ଲାଦ ଦାସ, ଭାଷ୍କର ବିଶ୍ୱାଳ, ଗୈାରାଙ୍ଗ ନାଥ, ବାଉରୀବନ୍ଧୁ ବେହେରା, ଆନନ୍ଦ ବେହେରା, ଅଲେଖ ଚନ୍ଦ୍ର ମହାନ୍ତି, ଗଗନବିହାରୀ ସିଂହ, ରଘୁନାଥ ଦାସ, ନବୀନଚନ୍ଦ୍ର ନାଥ, ଲକ୍ଷ୍ମୀପ୍ରିୟା ନାଥ, ଭାରତୀ ଘଡାଇ, ଗୀତାଞ୍ଜଳୀ ବେହେରା, ପ୍ରମିଳା ପ୍ରଧାନ, ଜଞ୍ଜାଳି ନାୟକ, ମାତା ନାଥ, ଜ୍ୟୋର୍ତିମୟୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗୃହ ପ୍ରତିଷ୍ଠାରେ କର୍ତ୍ତାଭାବେ ଶ୍ରୀରାମ ଚନ୍ଦ୍ର ରାଉତ ଓ ଅନ୍ନପୂର୍ଣ୍ଣା ରାଉତ ଯୋଗଦେଇ ପ୍ରତିଷ୍ଠା କାର୍ଯ୍ୟ ସମାପନ କରିଥିଲେ । ଜିଲ୍ଲା ଆଶ୍ରମ ସେବା ଦାୟୀତ୍ୱରେ ସୁରେନ୍ଦ୍ର ନାଥ(ବାବା)ଙ୍କୁ ରଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ