ଅବକାରୀ ବିଭାଗ ପକ୍ଷରୁ ଚୋରାମଦ ଜବତ: ୯ଗିରଫ
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୁ ସାମୁଦ୍ରିକ, କୁଦାନଗରୀ, କେନ୍ଦ୍ରାପଡ଼ା ଟାଉନ ଓ ନିକିରେଇ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ପ୍ରଭାକରପୁର ଗ୍ରାମର ଦୀପ୍ତି ଖିଲାର(୨୬)ଙ୍କ ଠାରୁ ୩୫ ଲିଟର ଦେଶୀ ରନ୍ଧା ମଦ, ରୋହିତ ଖିଲାର(୩୦)ଙ୍କ ଠାରୁ୧୦୦୦ ଲିଟର ଗୁଡ଼ପୋଚ, ରବି ଖିଲାର(୪୨)ଙ୍କ ଠାରୁ ୯୦୦ଲିଟର ଗୁଡପୋଚ, ମାହାଙ୍ଗା ଗ୍ରାମର ରମାକାନ୍ତ ବେହେରା(୬୨)ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, ବଡହାଟ ଗ୍ରାମର ମୁନା ମହାରଣା(୪୦)ଙ୍କ ଠାରୁ ୨୩ ଲିଟର ବିଦେଶୀ ମଦ, ବଳଗଣ୍ଡି ଗ୍ରାମର କଳ୍ପନା ସାହୁ(୪୧)ଙ୍କ ଠାରୁ ୨୦ ଲିଟର ଦେଶୀ ରନ୍ଧା ମଦ, କୋର ଗ୍ରାମର ଅଭିମନ୍ୟୁ ବେହେରା(୪୯)ଙ୍କ ଠାରୁ ୨୪ ଲିଟର ବିଦେଶୀ ମଦ, ଗୁଲନଗର ଗ୍ରାମର ଅଶୋକ ମଳିକ(୪୦)ଙ୍କ ଠାରୁ ୩୦ ଲିଟର ଦେଶୀ ମଦ ଓ ସେହି ଗ୍ରାମର ଜଳନ୍ଧର ସେଠୀ (୩୮) ଙ୍କ ଠାରୁ ୨୫ ଲିଟର ଦେଶୀ ଚୋରା ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାକ୍ଷରୁ ସମୁଦାୟ ୨୦୮୯ ଲିଟର ବିଦେଶୀ, ଦେଶୀ, ଦେଶୀ ରନ୍ଧା ଚୋରାମଦ ଓ ଗୁଡ଼ପୋଚ ଜବତ କରାଯାଇ ୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, ସୁଶ୍ରୀ ଋତୁପ୍ରଭା ସ୍ୱାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


