ଜଗଦମ୍ବା ସରସ୍ୱତୀଙ୍କ ୫୮ ତମ ସ୍ମୃତି ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ଆଜି ମାମା ଜଗଦମ୍ବା ସରସ୍ୱତୀଙ୍କ ୫୮ ତମ ସ୍ମୃତି ଦିବସ ପାଳିତ ପାଳିତ ହୋଇଯାଇଛି ।ପ୍ରଥମେ ରାଜଯୋଗିନୀ ବ୍ରହ୍ମାକୁମାରୀଙ୍କ ଦ୍ଵାରା ସୁନ୍ଦର ରାଜଯୋଗ ପ୍ରଶିକ୍ଷଣ ପ୍ରଦାନ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଜ୍ଞାନଯଜ୍ଞ ପ୍ରସାଦ ଭକ୍ତଙ୍କୁ ଅର୍ପିତ କରିବା ପୂର୍ବକ ଅତିଥୀଙ୍କ ଦ୍ଵାରା ଜ୍ଞାନ ସଞ୍ଚରଣ କରାଯାଇଥିଲା ।ରାଜଯୋଗିନୀ ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଙ୍କ ପୌରହିତ୍ୟି ଅନୁଷ୍ଠିତ ଆନୁଷ୍ଠାନିକ ଆଧ୍ୟାତ୍ମିକ ସଭାରେ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳ ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ କାହ୍ନୁ ଚରଣ ନାୟକ ମୁଖ୍ୟଅତିଥୀ ଭାବେ ଯୋଗଦେଇ ତନ ମନ ଧନ ଉପରେ ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ବ୍ରହ୍ମା କୁମାରୀ ପିଙ୍କି ଭଉଣୀ କାର୍ଯ୍ୟକ୍ରମରେ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ଇଣ୍ଡିଆନ କୋଷ୍ଟଗାର୍ଡ ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଧନଞ୍ଜୟ ମିଶ୍ର ସମ୍ମାନିତ ଅତିଥୀ ଭାବେ ଯୋଗଦେଇଥିଲେ । ସମାଜସେବୀ ତଥା ଆଡଭୋକେଟ କେ.ଚନ୍ଦ୍ର ଶେଖର ରେଡ୍ଡୀ ଯୋଗଦେଇ ଏହି ଆଧ୍ୟାତ୍ମିକ ଜ୍ଞାନ ର ଉପଲବ୍ଧି କରିଥିବା ଅନୁଭୂତି ସମ୍ପର୍କରେ କହିଥିଲେ ଏବଂ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ