ଅସରାଏ ବର୍ଷାରେ ମୁଗୁପୁର ହାଇସ୍କୁଲ ସମ୍ମୁଖ ରାସ୍ତା ଉବୁଟୁବୁ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଅସରାଏ ବର୍ଷାରେ ଉବୁଟୁବୁ ହେଲା ମୁଗୁପୁର ହାଇସ୍କୁଲ ସମ୍ମୁଖ ରାସ୍ତା ।ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି । ଛାତ୍ରଛାତ୍ରୀ ମାନଙ୍କ ସାଇକେଲ ଚକା ବି ବୁଡି ଯାଉଥାଏ । ଯାହାହେଉ ଅନେକ କଷ୍ଟରେ ସ୍କୁଲ ପିଲାମାନେ ଘରକୁ ଫେରିଲେ । ଏହା ଗୋଟିଏ ଦିନର ଘଟଣା ନୁହଁ । ବର୍ଷସାରା ଏପରି ଅବସ୍ଥା ଭୋଗନ୍ତି ସ୍ଥାନୀୟ ବାସିନ୍ଦା ଓ ଛାତ୍ରଛାତ୍ରୀ । ଟିିକିଏ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଠିଆହୋଇ ତିନି ଚାରିଦିନ ରହିଥାଏ । ଜଳନିସ୍କାସନର ସମସ୍ତ ବାଟ ବନ୍ଦ ହୋଇଯାଇଥିବାରୁ ଏପରି ଅବସ୍ଥା ସୃଷ୍ଟି ହୁଏ । ଅଧିକାଶଂ ଡ୍ରେନେଜ ଗୁଡିକ ପୋତି ହୋଇ ଯିବାରୁ ଜଳନିସ୍କାସନ ହୋଇପାରୁନଥିଲା । ଏ ସମ୍ପର୍କରେ ଜାଣିବାପରେ ସରପଞ୍ଚ ଦିନେଶ କୁମାର ସେଠୀ ନିଜ ଉଦ୍ୟମରେ ମେସିନି ଲଗାଇ ସମସ୍ତ ଡ୍ରେନକୁ ସଫାକରି କିପରି ତୁାନ୍ତ ବର୍ଷାଜଳ ନିସ୍କାସନ ହୋଇପାରିବ ତାହାର ସୁବ୍ୟବସ୍ଥା କରିଛନ୍ତି । ସରପଞ୍ଚଙ୍କ ଏପରି ଉଦ୍ୟମ ସ୍ଥାନୀୟ ଲୋକମାନେ ପ୍ରସଂଶା କରିଛନ୍ତି ।


