ଜଙ୍ଗଲ ସଂରକ୍ଷଣ ଅଧିନିୟମ ଲୋକ ସଭାରେ ପାଶ ହେବା ନିନ୍ଦନୀୟ

ବ୍ରହ୍ମପୁର, (ଅନିଲ କୁମାର):ପ୍ରାକୃତିକ ସମ୍ପଦକୁ କର୍ପୋରେଟ ହାତକୁ ଟେକିଦେବା ଉଧେଶ୍ୟରେ ଆଜି ଲୋକ ସଭାରେ ଜଙ୍ଗଲ ସଂରକ୍ଷଣ ଅଧିନିୟମ,୨୦୨୩ ପାଶ ହେବାକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ନିନ୍ଦା କରିଛି I ଦେଶର ପ୍ରାକୃତିକ ସମ୍ପଦକୁ ଯେଉଁପ୍ରକାର ଭାବେ କର୍ପୋରେଟ ହାଉସକୁ ବିକ୍ରି ଚାଲିଛି ଆଉ ଅଳ୍ପ ଦିନରେ ଏହି ସମ୍ପତ୍ତି ଶେଷ ହୋଇଯିବ, ଯାହାର ପରିଣାମ ସ୍ୱରୂପ ସମସ୍ତ ଦେଶବାସୀ ଭୋଗିବେ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା କହିଛନ୍ତି l ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୋଟାଏ ପରେ ଗୋଟାଏ ଖଣି ନିଲାମ କରି ଚାଲିଛନ୍ତି l ଯେଉଁଠି ଲୁହାଖଣି,କୋଇଲା ଖଣି,ବକସାଇଟ ଖଣି, କ୍ରୋମ, ଚୂନପଥର ରହିଛି ସେ ସବୁକୁ ଘରୋଇ କମ୍ପାନୀ ହାତରେ ଟେକିଦେବାକୁ ନିଲାମ ହେଉଛି l ଏସବୁ ପ୍ରାକୃତିକ ସମ୍ପଦ ରହିଥିବା ଭୁଗର୍ଭ ଉପରେ ସବୁଜ ଜଙ୍ଗଲ ରହିଛି l ସରକାର ରାଜସ୍ବ ବୃଦ୍ଧି ପାଇଁ ଅବିଚାରିତ ଭାବରେ ଖଣି ନିଲାମ କରାଯାଉଛି l ଟଙ୍କାଏ ରାଜସ୍ବ ପାଇଁ ଏକ ହଜାର ଟଙ୍କାର ପ୍ରାକୃତିକ ସମ୍ପଦ ଲୁଟ ହେଉଛି l ଯାହାଫଳରେ ଆସନ୍ତା ୩୦ବର୍ଷ ମଧ୍ୟରେ ରାଜ୍ୟର ଅମୁଲ୍ୟ ସମ୍ପଦ ଗୁଡିକୁ ଖାଲି କରିଦିଆଯିବl ପରେ ରାଜ୍ୟବାସୀ ସମ୍ବଳହୀନ ହୋଇପଡ଼ିବେ l ଏହି ସମ୍ବଳ ଗୁଡ଼ିକରୁ ଜୀବିକା ପାଉଥିବା ତଥା ସାମାଜିକ ଓ ଆର୍ଥିକ ସୁରକ୍ଷା ପାଉଥିବା ଲକ୍ଷ ଲକ୍ଷ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କ ଜୀବନ ବିପର୍ଯ୍ୟସ୍ତ ହେବ I ଏତଦସହ ପୂର୍ବରୁ ଥିବା ଜଙ୍ଗଲ ଅଧିକାର ଆଇନ,୨୦୦୬ ରେ ଜଙ୍ଗଲ ଉପରେ ଥିବା ଆଦିବାସୀଙ୍କ ଅଧିକାର ଆଉ ଏହି ନୂତନ ଆଇନରେ ରହିବ ନାହିଁ l ବିନା ଜନସଭାରେ ଆଦିବାସୀଙ୍କୁ ଜବରଦସ୍ତ ଏହି ନୂତନ ଆଇନ ବଳରେ ବିସ୍ଥାପନ କରାଯାଇପାରିବ l ଜଳ,ଜମି,ଜଙ୍ଗଲ, ଖଣି ସହ ପ୍ରକୃତିର ସୁରକ୍ଷା ପାଇଁ କେନ୍ଦ୍ରର ବିଜେପି ସରକାର ପ୍ରୟାସ କରିବା ପରିବର୍ତ୍ତେ ବିକାଶ ନାମରେ ବିନାଶ ଆଡକୁ ଅଗ୍ରସର ହେବା ଗ୍ରହଣୀୟ ନୁହଁ l ଜଙ୍ଗଲ ସଂରକ୍ଷଣ ଅଧିନିୟମ ଦ୍ୱାରା ପାରମ୍ପରିକ ଆଦିବାସୀଙ୍କୁ ତାଙ୍କ ଭିଟାମାଟିରୁ ସବୁଦିନ ପାଇଁ ବାସଚ୍ୟୁତ କରାଯିବ , ଅବିଚlରିତ ଖଣି ନିଲାମ ହେବ , ଜଙ୍ଗଲ ଉପରେ ଆଦିବାସୀ ଓ ପାରମ୍ପରିକ ଅଧିବାସୀଙ୍କ ଅଧିକାର କ୍ଷୁର୍ଣ ହେବ I ଏଣୁ ବିଜେପିର ଏହି କର୍ପୋରେଟ ସପକ୍ଷବାଦୀ ଆଇନକୁ ସମସ୍ତ ଜନ ସାଧାରଣ ବିରୋଧ କରିବାପାଇଁ ଅବନୀ ଗୟା ନିବେଦନ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ