ଜନକଲ୍ୟାଣ ପ୍ରତିଷ୍ଠାନର ଜନଜାତିଙ୍କ ଉନ୍ନତି ପାଇଁ କୃଷିଭିତ୍ତିକ ପ୍ରକଳ୍ପକୁ ଜିଲାପାଳଙ୍କ ପରିଦର୍ଶନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଗ୍ରାମଠାରେ ଜନ କଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ଜନଜାତି ମାନଙ୍କର ଉନ୍ନତି ପାଇଁ ଯେଉଁ ପ୍ରକଳ୍ପ କରାଯାଇଛି ସେହି ପ୍ରକଳ୍ପ ପରିଦର୍ଶନ କରିବା ପାଇଁ ଜିଲାପାଳ ଅନୁପମ ସାହା ଯାଇଥିବା ଜଣାପଡିଛି । ଏହି ପ୍ରକଳ୍ପ ଏକ ବହୁମୁଖୀ କୃଷିଭିତ୍ତିକ ପ୍ରକଳ୍ପ ଯାହାକି ଜନଜାତି ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାପାଇଁ ଏକ ଉଚ୍ଚକୋଟୀର ପ୍ରକଳ୍ପ ଅଟେ ଜିଲାପାଳ ସେଠାକୁ ପରିଦର୍ଶନରେ ଯାଇ ସେଠାରେ ବିଭିନ୍ନ ପ୍ରକାରର ପରିବା ଚାଷ, କୁକୁଡା ପାଳନ ଏବଂ ସେଠାରେ କେଉଁପରି ଭାବେ ଝରଣା ପାଣିକୁ ବ୍ୟବହାର କରି ଜଳସେଚନ କାର୍ଯ୍ୟରେ ଲଗାଯାଉଛି ସେଗୁଡିକୁ ଅନୁଧ୍ୟାନ କରିଥିଲେ । ସେହିପରି ଭାବେ ସେଠାରେ କିପରି ଭାବେ ଜିଆଖତ ପ୍ରସ୍ତୁତ କରାଯାଉଛି ସେହି ୟୁନିଟମଧ୍ୟ ସେ ବୁଲି ଦେଖିଥିଲେ । ଏହି ପ୍ରକଳ୍ପ ପରିଦର୍ଶନ କରିବାପରେ ଏହି ପରି ପ୍ରକଳ୍ପ ଜନଜାତିମାନଙ୍କର ଆର୍ଥିକ ମାନଦଣ୍ଡରେ ପରିବର୍ତ୍ତନ ଆଣିବାରେ ବେସ ସହାୟକ ହୋଇପାରିବ ବୋଲି କହି ସେ ଏହାର ପ୍ରଶଂସା କରିଥିବାର ଜଣାପଡିଛି । ଜିଲାପାଳଙ୍କ ବ୍ୟତୀତ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କୁମାର ବେହେରା, ଗୁମ୍ମା ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ସେରଙ୍ଗ ପଞ୍ଚାୟତର ସରପଞ୍ଚ ସୁଲୋନୀ ରଇତ ପ୍ରମୁଖ ଉପସ୍ଥିତଥିଲେ । ଏହି ପରିଦର୍ଶନ ସମୟରେ ଜନକଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ପ୍ରକଳ୍ପ ଅଧିକାରୀ ବ୍ୟୁଟି ଲିମ୍ମା, ସଂଜୀବ ରଇତ, ଆର୍‌.ସୁସ୍ମିତା ପ୍ରମୁଖ ଉପସ୍ଥିତ ରହି ଏହି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ