ଗଜପତିରେ ଅଦିନିଆ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ଗତକାଲି ସଂଧ୍ୟାରେ ହଠାତ୍ ଅଦିନିଆ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଗତକାଲି ସଂଧ୍ୟା ୫.୩୦ମିନିଟ ସମୟରେ ହଠାତ ବୃଷ୍ଟିପାତ ହୋଇଥିଲା ଯାହାକି ୨ଘଣ୍ଟାଧରି ପ୍ରବଳ ବର୍ଷା ହୋଇଥିଲା । ହଠାତ୍ ଏହି ବର୍ଷା ଯୋଗୁଁ ଜିଲ୍ଲାବାସୀ ବେହାଲ ହୋଇ ଯାଇଥିଲେ । ଆଜି ମଧ୍ୟ ସକାଳୁହିଁ ପାଗ ମେଘୁଆ ରହିଥିବାବେଳେ ମଧ୍ୟାହ୍ନରେ କିଛି ସମୟପାଇଁ ଖରା ହୋଇ ପୁଣି ମେଘାଛନ୍ନ ହୋଇ ରହିଛି । ବୃଷ୍ଟିପାତ ଯୋଗୁଁ ପାରଳାଖେମୁଣ୍ଡି ପୌରପରିଷଦର ବିଭିନ୍ନ ସାହି ଗଳିରେ କୁତ୍ରିମ ଜଳାଶୟ ଭଳି ବର୍ଷାଜଳ ଦେଖିବାକୁ ମିଳିଥିଲା । ସେହିପରି ବିଭିନ୍ନ ନର୍ଦ୍ଦମା କାର୍ଯ୍ୟ ସୁଚାରୁ ରୂପେ ହୋଇନଥିବା ଏବଂ ନର୍ଦ୍ଦମା ସଫେଇ କାର୍ଯ୍ୟ କରାଯାଉନଥିବାରୁ ଏହିପରି ଅସରାଏ ବର୍ଷାହେଲେ ସହରର ରାସ୍ତାମାନଙ୍କରେ ନର୍ଦ୍ଦମାର ଆବର୍ଜନା ଗୁଡିକ ରାସ୍ତା ଉପରେ ଭାସୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ