ଜନ୍ମ ଜନ୍ମାନ୍ତର ପାପ କ୍ଷୟ କରେ ଭୀଷ୍ମ ପଞ୍ଚକ ବ୍ରତ

ପବିତ୍ର କାର୍ତ୍ତିକ ମାସର ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଶେଷ ୫ ଦିନକୁ ଭୀଷ୍ମ ପଞ୍ଚକ କୁହାଯାଇଥାଏ । ଏହି ବ୍ରତ କଲେ ଏକ ହଜାର ଏକାଦଶୀ ବ୍ରତର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ମହାଭାରତରେ ଉଲ୍ଲେଖ ରହିଛି ଗଙ୍ଗାପୁତ୍ର ମିତାମହ ଭୀଷ୍ମ ଶରଶଯ୍ୟାରେ ଥିବା ସମୟରେ ଏହି ପାଞ୍ଚ ଦିନ ପାଣ୍ଡବଙ୍କୁ ନୀତି ଶିକ୍ଷା ଦେଇଥିଲେ । ଭୀଷ୍ମ ଇଛାମୃତ୍ୟୁ ବର ପ୍ରାପ୍ତ ହୋଇଥିଲେ । ତେଣୁ ଏକ ପବିତ୍ର ସମୟରେ ଦେହତ୍ୟାଗ କରିବା ପାଇଁ ଇଛା ପ୍ରକାଶ କରିଥିଲେ । ସୂର୍ଯ୍ୟଙ୍କ ଉତ୍ତରାୟଣ ସମୟରେ ଦେହତ୍ୟାଗ କଲେ ଜନ୍ମ ଜନ୍ମାନ୍ତର ପାପ କ୍ଷୟ ହେବା ସହିତ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ପ୍ରଭୁ ଶ୍ରୀକୃଷ୍ଣ ସୂଚନା ଦେଇଥିଲେ । ତେଣୁ ଭୀଷ୍ମ ଉତ୍ତରାୟଣ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ଏହି ବ୍ରତ କରି ଶ୍ରୀହରିଙ୍କୁ ଧ୍ୟାନ କଲେ ମୋକ୍ଷ ପ୍ରାପ୍ତିର ମାର୍ଗ ପ୍ରଶସ୍ତ ହୋଇଥାଏ ବୋଲି ଶ୍ରୀମଦ୍ ଭାଗବତରେ ଉଲ୍ଲେଖ ଅଛି । ଏହି ପାଞ୍ଚ ଦିନ ସକାଳୁ ଉଠି ସୂର୍ଯ୍ୟୋଦୟ ପୂର୍ବରୁ ତିଳ ମିଶ୍ରିତ ଜଳରେ ସ୍ନାନ କଲେ ଅଶେଷ ପୁଣ୍ୟ ମିଳେ । ଏହି ଅବସରରେ ଶ୍ରଦ୍ଧାଳୁ ପବିତ୍ର ନଦୀରେ ସ୍ନାନ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ