ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ଧାର୍ଯ୍ୟ ଲକ୍ଷରେ ଅନିଶ୍ଚତିତା
କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବିଜୁ ପକ୍କାଘର ଯୋଜନା ଓ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ କେନ୍ଦ୍ରାପଡା ଜିଲାରେ ଅପ୍ରେଲମାସଠାରୁ ଅକ୍ଟୋବର ଶେଷସୁଦ୍ଧା ୭ମାସ ମଧ୍ୟରେ ମୋଟ ୨୯ହଜାର ୯୬୦ଟି ଗୃହ ନିର୍ମାଣ ହେବାପାଇଁ ମଞ୍ଜୁରୀ ମିଳିଥିବାବେଳେ ସେଥି ମଧ୍ୟରୁ ମାତ୍ର୨୫୮୭ଟି ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଯାହା କି ସମୁଦାୟ ଧାର୍ଯ୍ୟଲକ୍ଷ୍ୟର ମାତ୍ର ଶତକଡା ୮.୬୩ ଭାଗ । ଆସନ୍ତା ପାଞ୍ଚମାସ ଭିତରେ ଅବଶିଷ୍ଟ୨୭,୩୭୩ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହେବାରେ ଅନିଶ୍ଚିତତା ଦେଖା ଦେଇଛି । ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ତିନୋଟି ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ମହାକାଳପଡା ବ୍ଲକରେ ୬୦୫୦ଟି ଗୃହ ନିର୍ମାଣ ହେବାପାଇଁ ମଞୁରୀ ଥିବା ବେଳେ ହୋଇଛି ମାତ୍ର ୨୯୦ଟି , ରାଜନଗର ବ୍ଲକରେ ୫୯୪୬ଟି ଗୃହ ନିର୍ମାଣ ହେବାପାଇଁ ମଞୁରୀ ମିଳିଥିବା ବେଳେ ହୋଇଛି ମାତ୍ର ୪୦୮ଟି, ଆଳି ବ୍ଲକରେ ୪୮୩୪ଟିରୁ ହୋଇଛି ମାତ୍ର ୩୬୫ଟି, ରାଜକନିକା ବ୍ଲକରେ ୫୨୯୮ଟିରୁ ହୋଇଛି ମାତ୍ର ୪୨୭ଟି, ପଟ୍ଟାମୁଣ୍ଡାଇ ବ୍ଲକରେ ୨୮୬୯ଟିରୁ ହୋଇଛି ମାତ୍ର ୩୫୫, କେନ୍ଦ୍ରାପଡା ବ୍ଲକରେ ୨୨୦୦ଟିରୁ ହୋଇଛି ମାତ୍ର ୩୦୨ଟି, ମାର୍ଶାଘାଇ ବ୍ଲକରେ୧୬୬୪ଟିରୁ ହୋଇଛି ମାତ୍ର ୨୩୨ଟି, ଡେରାବିଶ ବ୍ଲକରେ ୮୫୦ଟିରୁ ହୋଇଛି ମାତ୍ର ୧୫୬ଟି, ଗଦରପୁର ବ୍ଲକରେ ୨୪୯ଟିରୁ ହୋଇଛି ମାତ୍ର ୫୨ଟି । ନିର୍ମାଣ ଶ୍ରମିକ ଗୃହ ପକ୍କାଘର ଯୋଜନାରେ ଯେଉଁସବୁ ଗୃହ ନିର୍ମାଣ ହୋଇଛି ତାହା ଅତ୍ୟନ୍ତ ନୈରାଶ୍ୟ ଜନକ । ଏହି ଯୋଜନାରେ ମହାକାଳପଡା ବ୍ଲକରେ ୧୫ଟିରୁ ୨ଟି, ରାଜନଗର ବ୍ଲକରେ ୩ରୁ ଗୋଟିଏ, ଆଳିବ୍ଲକରେ ୪୫ରୁ ୯ଟି, ରାଜକନିକା ବ୍ଲକରେ ୪ରୁ ଗୋଟିଏ, ପଟ୍ଟାମୁଣ୍ଡାଇ ବ୍ଲକରେ ୧ରୁ ଶୂନ୍ୟ, ମାର୍ଶାଘାଇ ବ୍ଲକରେ ୫ରୁ ୩ଟି, ଡେରାବିଶ ବ୍ଲକରେ ଆଦୌ ଏହି ଯୋଜନାରେ ଘର ମଞ୍ଜୁର ହୋଇନାହିଁ । ଗଦରପୁର ବ୍ଲକରେ ୧ରୁ ୧ । ଏହିଭଳି ସମୁଦାୟ ୭୯ଟିରୁ ମାତ୍ର ୧୯ଟି ଗୃହ ନିର୍ମାଣ ଶେଷ ହୋଇଛି । ଜିଲ୍ଲାରେ ୭ମାସ ମଧ୍ୟରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ମାତ୍ର ୯ଭାଗ ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଉ ମାତ୍ର ୫ମାସ ମଧ୍ୟରେ ୯୧ଭାଗ ଗୃହର ନିର୍ମାଣ କାର୍ଯ୍ୟ କିପରି ଶେଷ ହେବ ତାହା ଆଶ୍ଚର୍ଯ୍ୟ ଚକିତ କରିଛି ? ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ପରବର୍ତ୍ତି ବର୍ଷରେ ଜିଲ୍ଲାକୁ ଏହିସବୁ ଯୋଜନାରେ ମିଳିବାକୁ ଥିବା କୋଟା ହ୍ରାସ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି ।


