ଜନ ଆରୋଗ୍ୟ ସମିତି, ନିୟନ୍ତ୍ରକ ମଣ୍ଡଳୀ ବୈଠକ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଜନ ଆରୋଗ୍ୟ ସମିତି, ନିୟନ୍ତ୍ରକ ମଣ୍ଡଳୀ ବୈଠକ ଏପ୍ରିଲ ୦୪ ତାରିଖ ଦିନ ମେଡ଼ିକାଲର ସଭା ଗୃହରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜନ ଆରୋଗ୍ୟ ସମିତିର ସଭାପତି ତଥା ୪୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା ଅଧ୍ୟକ୍ଷତା କରିଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ଜେନା ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ। ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଜନ ଆରୋଗ୍ୟ ସମିତି ପକ୍ଷରୁ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ବାଳ ମେଡିକାଲର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବାର୍ଷିକ ଆୟ ଓ ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ସାମାନ୍ୟ ପରିବର୍ତ୍ତନ ସହ ବାର୍ଷିକ ବଜେଟ ଏହି ବୈଠକରେ ଗୃହୀତ ହୋଇଥିଲା। ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ୨୦୨୧-୨୨ ଆର୍ଥିକ ବର୍ଷର ସମ୍ମାନଜନକ କାୟାକଳ୍ପ ପୁରସ୍କାର ପାଇଥିବା ଯୋଗୁଁ ଡାକ୍ତର ଦ୍ୱୟଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ପ୍ରଦାନ କରିଥିଲେ । ମାଣିତରା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ଦୟାନିଧି ରାଉତ , ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ ବିଶ୍ଵଜିତ ପ୍ରଧାନ, ସାମ୍ବାଦିକ ତଥା ସଦସ୍ୟ ଅନିଲ କୁମାର ମହାରଣା ଓ ଟେକିନିସିଆନ କାଳୀ ପ୍ରସାଦ ସାହୁ ପ୍ରମୁଖ ନିଜ ବକ୍ତବ୍ୟରେ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରଦାନ କରିଥିଲେ। ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା ଓ ଷ୍ଟାପ ନର୍ସ ଗଙ୍ଗା ସାହାଣୀ ପରିଚାଳନାରେ ସହଯୋଗ କରିଥିଲେ । ବୈଠକରେ ବୁଗୁଡା ମେଡିକାଲ ଷ୍ଟାପ ଓ ମାଣିତରା ମେଡିକାଲ ଷ୍ଟାପ ଓ ସଦସ୍ୟ ସଦସ୍ୟା ବୃନ୍ଦ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ