ଜନ ପ୍ରତିନିଧି ସମିତି ସଭ୍ୟ ଏବଂ ସରପଞ୍ଚଙ୍କ ମଧ୍ୟରେ ଟଣା ଓଟରା

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) ଜନ ପ୍ରତିନିଧି ସମିତି ସଭ୍ୟ ଏବଂ ସରପଞ୍ଚଙ୍କ ମଧ୍ୟରେ ଚାଲିଛି ଟଣା ଓଟରା | ସରକାରୀ ଅନୁଦାନ ଭାଗ ବଣ୍ଟାକୁ ନେଇ ଆରୋପ ପ୍ରତ୍ୟାରୋପ ମଧ୍ୟରେ ବ୍ଲକ ପ୍ରଶାସନକୁ ଉଭୟ ପ୍ରତିନିଧି ଘେରିଛନ୍ତି | ଗତ କିଛିଦିନ ହେବ ସମିତି ସଭ୍ୟ ମାନେ ବେହେରା ପାତ୍ର ମନ୍ଦିର ନିକଟରେ ବୈଠକ କରି ବ୍ଲକ ପ୍ରଶାସନକୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି |ଏହା ପରେ ମିଳିତ ଭାବେ ସାନଖେମୁଣ୍ଡି ବିଡ଼ିଓ କୁ ଦାବିପତ୍ର ଦେବା ସହ ଅଣ ଦେଖା କରୁଥିବା,ପଞ୍ଚାୟତରେ ଆମର ଭୂମିକାକୁ ନେଇ ଦାବି ଉଠାଇ ଥିବା ବେଳେ ସେମନଙ୍କୁ ଅଞ୍ଚଳର ଉନ୍ନତି କରିବା ପାଇଁ ସମିତି ପାଣ୍ଠିରୁ ୪ ଲକ୍ଷ ଲେଖାଏ ବଣ୍ଟନ କରାଯାଇଥିଲା | ଏବେ ପଞ୍ଚାୟତର ସରପଞ୍ଚ ମାନେ ଏକଜୁଟ ହୋଇ ବ୍ଲକ ପ୍ରଶାସନକୁ ଚରମ ବାଣୀ ଶୁଣାଇଛନ୍ତି | ଦାବି ପୁରାଣ ନ ହେଲେ ସଭା ସମିତି ବର୍ଜନ କରିବୁ,ତ୍ରିସ୍ତରୀୟ ପଞ୍ଚାୟତରାଜ ଅବସ୍ଥାରେ ଜନ ପ୍ରତିନିଧି ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ ଥିବାବେଳେ ସରପଞ୍ଚ ମାନଙ୍କର ପଞ୍ଚାୟତ ସମିତି ଉଭୟ ଗୃହରେ ଅଧିକାର ରହିଛି | ଏଣୁ ସମିତି ମାଧ୍ୟମରେ ଯେଉଁ ସବୁ ପ୍ରକଳ୍ପ ଏବଂ ଅନୁଧ୍ୟାନ ଆସୁଛି ଆମ୍ଭ ମାନଙ୍କୁ ଜଣାଇ ପ୍ରକଳ୍ପ ଅନୁଦାନ ରାଶି ପ୍ରଦାନ କରିବା ସହ ଯୋଗାଣ ସହାୟକ ମନମୁଖୀ କାର୍ଯ୍ୟକଳାପ ଓ ଆସୁଥିବା ବିଭିନ୍ନ ଜିନିଷର ହିସାବ ଦେବା ସହ ବ୍ଲକ ସମିତି ତରଫରୁ ଆସୁଥିବା କାର୍ଯ୍ୟଅନୁଦାନରେ ଆମ୍ଭମାନଙ୍କୁ ସାମିଲ କରିବା ପାଇଁ ସରପଞ୍ଚ ମାନେ ଦାବି କରିଥିଲେ | ଏନେଇ ବିଡିଓ ଗାୟତ୍ରୀ ଦତ୍ତ ନାୟକ ବ୍ଲକର ସମସ୍ଥ ଜନ ପ୍ରତିନିଧି ମାନଙ୍କୁ ବ୍ଲକର ଉନ୍ନତି କରିବା ପାଇଁ ସମସ୍ତେ ଆଗୋଇ ଆସନ୍ତୁ | ଏହା ସହ ସେ କହିଥିଲେ ସଭ୍ୟ ମାନେ ଦେଇଥିବା ଦାବୀ ପତ୍ରକୁ ସରକାରଙ୍କ ପାଖରେ ବିନିଯୋଗ କରିବେ | ଏହି ସମୟରେ ସେଠାରେ ନୀଳମାଧବ ରାଉତ,ସୁଶାନ୍ତ ସ୍ୱାଇଁ ,ପ୍ରଭାକର ପାଣିଗ୍ରାହୀ,ଭାସ୍କର ରାଉତ,ପୁଷ୍ପାଞ୍ଜଳି ରାଉଳ,ନିରାକାର ପ୍ରଧାନ,ରିତାଞ୍ଜଳୀ ବାରିକ,.ସନ୍ତୋଷ ବିଷୋୟୀ,ସହଦେବ ପ୍ରଧାନ,ଗୀତାଞ୍ଜଳି ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ