ଜମି ବିବାଦ ଲାଗି ରହିଥିବା ସମସ୍ୟାର ସମାଧାନ ହେଲା
ମୋହନା,(ଅଂଶୁମାନ ପଣ୍ଡା): ଅଡବା ଥାନା ଅନ୍ତର୍ଗତ ଝିଲିକି ଓ ଗୁଣ୍ଡୁରୀପଦର ଗ୍ରାମରେ ଲାଗି ରହିଥିବା ଜମି ବିବାଦ ଆଜି ଶାନ୍ତି କମିଟି ରେ ସମାଧାନ ହୋଇଛି | ଗତ କିଛି ମାସ ତଳେ ଝିଲିକି ମୌଜାରେ ଥିବା ଏକ ବିରାଟ ବଡ଼ ଜାଗାକୁ ନେଇ ଦୁଇ ଗାଁ ମଧ୍ୟରେ ଝଗଡ଼ା ଲାଗି ରହିଥିଲା | ଏପରିକି ଝିଲିକି ଗ୍ରାମର ଲୋକେ ଉକ୍ତ ଜମିକୁ ଚାଷ କରିବା ପାଇଁ ଟ୍ରାକ୍ଟର ଲଗାଇ ସଫା କରିଥିଲେ ଏହାକୁ ନେଇ ଗୁଣ୍ଡୁରୀପଦର ଗ୍ରାମବାସୀ ବିରୋଧ କରି ଉକ୍ତ ଜାଗାରେ ଦୁଇ ଜଣଙ୍କ ମଧ୍ୟରେ ଉତେଜନା ଦେଖା ଦେଇଥିଲା | ଜାଫଳରେ ଦୁଇ ଗ୍ରାମର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇଥିଲେ | ସେଠାରେ ଅଡବା ପୋଲିସ ପହଞ୍ଚି ବୁଝା ସୁଝା କରି ଫେରି ଥିଲେ, ଦୁଇ ଗ୍ରାମ ବୁଦ୍ଧିଯିବିଙ୍କୁ ଡ଼ାକି ଥାନାରେ ବୁଝା ସୁଝା କରିଥିଲେ ଭି ସମାଧାନ ପନ୍ଥା ବାହାରି ନଥିଲା, ପୁଣି କିଛି ଦିନ ପରେ ମୋହନା ତସିଲିଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀ ଉକ୍ତ ଘଟଣାର ଅନୁଧ୍ୟାନ କରିବାକୁ ଯାଇଥିବା ବେଳେ ଗ୍ରାମ ବାସୀ ବିରୋଧ କରିଥଲେ ଏପରିକି ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହୋଇଥିଲେ | ଏହାର ସମାଧାନ ପାଇଁ ଅଡବା ରାଜସ୍ୱ ବିଭାଗ ଅଧିକାରୀ ପହଞ୍ଚି ଜମି ଚିହ୍ନଟ କରି ଫେରିବା ପରେ ଫୁଣି ଉପଜିଲ୍ଲାପାଳଙ୍କ ନିର୍ଦେଶରେ ଉକ୍ତ ଜାଗାକୁ ତସିଲିଦାର ଶ୍ରୀମତୀ ସଙ୍ଘମିତ୍ରାଦେବୀ ପହଞ୍ଚି ଆଇନ ଅନୁଯାଇ ପୋଲିସ ସାହାଯ୍ୟରେ ଜଗାଟିକୁ ୧୪୪ ଧାରା ଜାରି କରିଥିଲେ | ସେହି ଜାଗାରେ ରଙ୍ଗ ବାନା ପୋତିବା ସମୟରେ ଗୁଣ୍ଡୁରୀପଦର ଲୋକେ, ପିଲା, ବଡ଼ ମିଶି ବିରୋଧ କରିବା ସହ ତହସିଲଦାରଙ୍କୁ ଘେରାଇ ଥିଲେ | ସେହି ଭଳି ଫେରିବା ସମୟରେ ଝିଲିକି ଲୋକେ ମଧ୍ୟ ତହସିଲଦାରଙ୍କୁ ଅଟକାଇ ରଖିଥିଲେ ବହୁ ବୁଝା ସୁଝା ପରେ ଭି ଦୁଇ କୁଳ ମାନିବା କୁ ରାଜି ନଥିଲେ, ସେମାନଙ୍କୁ ଏକ ସମୟ ଧାର୍ଯ୍ୟ କରି ଶୁକ୍ରବାର ଦିନ ମୋହନା ବ୍ଲକ କୁ ଡକା ଯାଇଥିଲା ସେଠାରେ ଦୁଇ ଗ୍ରାମର ମୂଖ୍ୟ ଲୋକ ଓ ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ | ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଡିମ ରାଜେନ୍ଦ୍ର କୁମାର, ରଣଜିତ, ରା, ଉଦୟଗିରି, ଏସିପିଓ ଦିଲ୍ଲୀପ କୁମାର ନାୟକ, ବିଧାୟକ ଦାସରଥୀ ଗମାଙ୍ଗ, ବ୍ଲକ ଅଧାକ୍ଷ ସୁଖୀ ଶବର ବିଡ଼ିଓ ବଂଶୀଧର ଖୁସଲା, ତହସିଲଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀ, ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ,ଅଡବା ଜିଲ୍ଲା ପରିଷଧ ଅଧକ୍ଷ ବାଳକୃଷ୍ଣ ମଳିକ,ହରଭଙ୍ଗୀ ଜଳ ପ୍ରକଳ୍ପ ଯନ୍ତ୍ରୀସନ୍ତ କୁମାର ମଲିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ଶାନ୍ତି କମିଟି ହୋଇଥିଲା | ଏଥିରେ ବହୁ ବୁଝା ସୁଝା ପରେ ୪ ଘଣ୍ଟା ପରେ ଉଭୟ ପକ୍ଷର ଗୁହାରି ଶୁଣିବା ପରେ ଦୁଇ ଗ୍ରାମବାସୀ ଗରିବ ଥିବାରୁ ସେମାନଙ୍କ ଦୁଃଖ ବୁଝିବା ପରେ ଉଭୟ କୁଳକୁ ବୁଝାଇ ସମାଧାନ କରାଯାଇଥିଲା | ଦୁଇ ଗ୍ରାମବାସୀ ନିଜର ଭୁଲ ସ୍ୱୀକାର କରିବା ସହ ତହସିଲଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀଙ୍କୁ ବହୁ ପ୍ରଶଂସା କରିଥିଲେ | ଓ ଜିଲ୍ଲା ଅଧିକାରୀ ପୋଲିସଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ |


