ଛଠ ମାହୋତ୍ସବ ୨୦୨୦ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଛଠ ପୂଜା କମିଟିର ଛଠ ମାହୋତ୍ସବ ୨୦୨୦ ପ୍ରସ୍ତୁତି ବୈଠକ ସ୍ଥାନୀୟ ଖଡ଼କେଶ୍ୱର ମନ୍ଦିର ଠାରେ ଅନୁଷ୍ଠିତ ହୋଇଛି | ସଭାପତି ବିଜୟ କୁମାର ରାମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଛଠ ପୂଜା କମିଟିର ସମସ୍ଥ ସଭ୍ୟ ମାନେ କୋରନା ନିୟମ ପାଳନ କରି ଉପସ୍ଥିତ ରହି ଏହି ବର୍ଷ ଛଠ ପର୍ବ ପାଳନ ପାଇଁ ଆଲୋଚନା କରିଥିଲେ | କୋରନା କାଳରେ ଛଠ ପର୍ବ ପାଳନ ପାଇଁ ଚର୍ଚା କରିଥିଲେ | କୋରନା କାଳରେ ଛଠ ପର୍ବ ପାଳନର ଅସୁବିଧା ମନ୍ଥନ କରିବା ପରେ ପ୍ରଶାସନର ମାର୍ଗ ଦର୍ଶନରେ ଯାହା ସମ୍ଭବ କରିଯିବା ବୋଲି ବୈଠକରେ କହିଥିଲେ | ଏହି ବୈଠକରେ ରାଜେଶ ପ୍ରଜାପତି, ବିନୋଦ ଦାସ, ଲାଲବାବୁ ସାଓ, ରବୀନ୍ଦ୍ର ସାଓ, ବଣ୍ଟି ଶର୍ମା ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ | ସଂସ୍ଥାପକ ଅବଶେଷ ମିଶ୍ର ସମସ୍ଥଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ