ଜର୍ଜ ପଲ ରବିନସନ ଏସିଏର କୋଚ ଭାବେ ମନୋନିତ
ପାରାଦୀପ, (ପୀତବାସ ପ୍ରଧାନ):ଓଡିଶାର ଜଣାଶୁଣା କ୍ରିକେଟ ପ୍ରଶିକ୍ଷକ ତଥା ପୂର୍ବତନ କ୍ରିକେଟ ଖେଳାଳୀ ଜର୍ଜ ପଲ ରବିନସନ୍ ‘ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ୍ ଇଣ୍ଡିଆ’ (ବିସିସିଆଇ) ଦ୍ୱାରା ଅରୁଣାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍ (ଏସିଏ)ର ଷ୍ଟ୍ରେନ୍ଥ କଣ୍ଡିସନ୍ କୋଚ ଭାବେ ମନୋନିତ ହୋଇଛନ୍ତି । ସଂପ୍ରତି ଶ୍ରୀ ରବିନସନ୍ ପାରାଦୀପରେ ‘ପାରାଦୀପ କ୍ରିକେଟ ଏକାଡେମି’ ରେ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ । ଉଲ୍ଲେଖ ଥାଉକି, ଏଥି ପୂର୍ବରୁ ରବିନସନ୍ ଛତିଶଗଡ ରାଜ୍ୟ କ୍ରିକେଟ ଆସୋସିଏସନ୍, ଅରୁଣାଚଳ ପ୍ରଦେଶ ଅଣ୍ଡର-୧୬ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟ କ୍ରକେଟ କୋଚ ଭାବେ କାର୍ଯ୍ୟ କରିଛନ୍ତି । ଏତଦ୍ ବ୍ୟତିତ ଅଷ୍ଟ୍ରେଲିଆର କୋଚ ମାଇକେଲ ବେଭାନ୍, ପାକିସ୍ତାନର ୱାକର ୟୁନିସ୍, ଶ୍ରୀଲଙ୍କାର ମୁଥିଆ ମୁରଲିଥରନ୍, ଭାରତର ଭିଭିଏସ ଲକ୍ଷ୍ମଣ, ଦେବୁ ମିତ୍ର, ଗୌତମ ସୋମ୍ ଏବଂ ରାଜୀବ ଦତ୍ତ ପ୍ରମୁଖ ଖ୍ୟାତନାମା କୋଚ ମାନଙ୍କ ସହ କାର୍ଯ୍ୟ କରି ଯଥେଷ୍ଠ ଅଭିଜ୍ଞତା ହାସଲ କରିଛନ୍ତି । ଡିସେମ୍ବର ୨୭ ତାରିଖରେ ସେ ଏହି ଦାୟୀତ୍ୱ ଗ୍ରହଣ କରିବେ । ତେବେ ଏହି ଖବର ହସ୍ତଗତ ହେବା ପରେ ପାରାଦୀପ ସମେତ ସମଗ୍ର ରାଜ୍ୟର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।


