ଜଳକର ବାବଦକୁ ବାକି ପଡ଼ିଛି ୨୪୬୧ କୋଟି ଟଙ୍କାଶିଳ୍ପ ସଂସ୍ଥା ବ୍ୟବହାର କରୁଛନ୍ତି ୧୧୦୫ କ୍ୟୁସେକ୍ ଜଳ

ଭୁବନେଶ୍ୱର : ରାଜ୍ୟରେ ୨୧ ଶିଳ୍ପ ସଂସ୍ଥା ଉପରେ ୨୪୬୧.୫୭ କୋଟି ଟଙ୍କାର ଜଳକର ବାକି ପଡ଼ିଛି । କୋର୍ଟରେ ମାମଲା ଗଡ଼ୁଥିବାରୁ ଜଳ କର ଆଦାୟ ହୋଇପାରୁନି । ଗୋଟିଏ ସରକାରୀ ସଂସ୍ଥା ଦକ୍ଷିଣ-ପୂର୍ବ ରେଳବାଇ ଉପରେ ମଧ୍ୟ ୩୧୦ କୋଟି ଟଙ୍କା ଜଳକର ବାକି ପଡ଼ିଛି । ବିଧାନସଭାରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ତଥ୍ୟ ଦେଇଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଶିଳ୍ପସଂସ୍ଥାଗୁଡ଼ିକ ବ୍ୟବହାର କରୁଥିବା ଜଳକୁ ଫ୍ଲୋ ମିଟର୍ ଦ୍ୱାରା ହିସାବ କରାଯାଇ ଜଳକର ଅସୁଲ କରାଯାଇଥାଏ । ଯେଉଁଠି ଫ୍ଲୋ ମିଟର ଖରାପ ଥାଏ କିମ୍ବା ଲାଗି ନ ଥାଏ, ସେଠାରେ ବିଭାଗ ସହିତ କରିଥିବା ଚୁକ୍ତିପତ୍ର ଅନୁସାରେ ସମ୍ପୂର୍ଣ୍ଣ ପରିମାଣ ଉପରେ ଜଳକର ଅସୁଲ କରାଯାଏ । ୨୦୧୮-୧୯ ଆର୍ଥିକ ବର୍ଷରେ ଶିଳ୍ପସଂସ୍ଥାଗୁଡ଼ିକ ଠାରୁ ଜଳକର ବାବଦରେ ୫୮୭.୯୬ କୋଟି ଟଙ୍କା ଆଦାୟ କରାଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଅକ୍ଟୋବର ପର୍ଯ୍ୟନ୍ତ ପ୍ରାୟ ୩୬୧.୪୯ କୋଟି ଟଙ୍କାର ଜଳକର ଆଦାୟ କରାଯାଇଛି । ବର୍ତ୍ତମାନ ରାଜ୍ୟର ଶିଳ୍ପସଂସ୍ଥାଗୁଡ଼ିକ ପ୍ରାୟ ୧୧୦୫.୮୬ କ୍ୟୁସେକ୍ ଜଳ ବ୍ୟବହାର କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ