ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ତରଫରୁ ଚଢ଼ାଉ ଚାଲିଛି।ଏକ କାଳୀନ ଆଠ ଗୋଟି ଟିମ ଭଞ୍ଜନଗର ବାଗଦେବୀ ରୋଡ ସ୍ଥିତ ବାସ ଭବନ ସହ ଅନେକ ଗୁଡିଏ କୋଠାରେ ଚଢ଼ାଉ ହୋଇଛି। ବୁଧବାର ଚଢ଼ାଉରେ ବ୍ରହ୍ମ ପୁର, ଛତ୍ରପୁର, କନ୍ଧମାଳ, ଗଜପତି ଅଞ୍ଚଳର ଭିଜିଲାନ୍ସ ବିଭାଗ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ ପ୍ରସନ୍ନ ସ୍ୱାଇଁ ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଚଢ଼ାଉରେ ଆୟକର ବିଭାଗ ଭଞ୍ଜନଗର ବ୍ୟତୀତ ବ୍ରହ୍ମପୁରରେ ମଧ୍ୟ ଚଢ଼ାଉ ଜାରି ରଖିଛି। ସୂଚନାଯୋଗ୍ୟ ଯେ ସ୍ୱାଇଁଙ୍କ ଭଞ୍ଜନଗର ବାଗଦେବୀ ରୋଡର ତିନି ମହଲା ବିଶିଷ୍ଟ ଘର, ବ୍ରହ୍ମପୁର ତୁଳସୀ ନଗର ଚାରି ମହଲା ଘର, ଭଞ୍ଜନଗର ୬ ନମ୍ବର ୱାର୍ଡରେ ନିର୍ମାଣଧୀନ ଦୁଇ ତଳ ବିଶିଷ୍ଟ ଘର, ଭଞ୍ଜନଗର ରଘୁନାଥ ବିହାର ସଂପର୍କୀୟ ଘରେ ଓ ଭଞ୍ଜନଗରରେ ଥିବା ଜଳସମ୍ପଦ ବିଭାଗ କାର୍ଯ୍ୟଳୟରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଚାଲିଛି ଏବଂ ଟିମ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହସ୍ତଗତ ହୋଇଛି।ବର୍ତ୍ତମାନ ପ୍ରଯ୍ୟନ୍ତ ଭିଜିଲାନ୍ସ ଟିମ ନିଜର ଛାନ୍ ଭିନ ଚଳାଇଛି, ଏହି ଟିମରେ ୭ ଜଣ ଡ଼ିଏସପି, ୫ଜଣ ଇନ୍ସପେକ୍ଟର ଓ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ଥିଲେ।


