ଜାଗ୍ରତ କନ୍ଧମାଳ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ପାଳନ
ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା): ଆଜି ଜାଗ୍ରତ କନ୍ଧମାଳ ପକ୍ଷରୁ ଖଜୁରିପଡା ବ୍ଲକ ର ପିରିକୁଡ଼ି ଗ୍ରାମପଞ୍ଚାୟତ ର ବେଡାଙ୍ଗପାଜୁ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି।ଏଥିରେ ଗ୍ରାମର ସମସ୍ତ ପୁରୁଷ ଓ ମହିଳା ମାନେ ଯୋଗୋ ଦେଇଥିଲେ।ସମସ୍ତେ ମାସ୍କ ପିନ୍ଧି ସାନିଟାଏଜର ସହିତ ଆଦିବାସୀ ଏକତା ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲେ।ଆଦିବାସୀ ମାନଙ୍କ ପରମ୍ପରା, ସଂସ୍କୃତି, ଏବଂ ଆଦିବାସୀ ହରିଜନ ସାହୁ ପରଜା ର ସମ୍ପର୍କ କୁ ବଜାୟ ରଖିବା ବୋଲି ସ୍ଲୋଗାନ ଦେଇଥିଲେ। ସଂଗଠନ ର ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ସତ୍ୟ ନାରାୟଣ ବେହେରା ଓ ସମ୍ପାଦକ ବିଚିତ୍ର ବିର୍ଜ ପ୍ରଧାନ ଙ୍କ ନେତୃତ୍ୱରେ ଏହି କାର୍ୟ୍ୟକ୍ରମ ଟି ହୋଇଥିଲା। ଏଥିରେ କୈଳାଶନି ପ୍ରଧାନ, ୱାଡ଼ମେମ୍ବର ସବିତା ପ୍ରଧାନ, ଲୀଳା ବତୀ ପ୍ରଧାନ, ପୂର୍ବତନ ସରପଞ୍ଚ କୁମୁଦ ଚନ୍ଦ୍ର ପ୍ରଧାନ,ବିଭୁତି ପ୍ରଧାନ,ଦୀପକ ପ୍ରଧାନ ଉପସ୍ଥିତ ଥିଲେ।


