ଜାତୀୟ ରାଜପଥରେ ଲାଗିବ ସିସିଟିଭି
ଭୁବନେଶ୍ବର : ଦୁର୍ଘଟଣା ଏଡ଼ାଇବା ଲାଗି ଜାତୀୟ ରାଜପଥରେ ୫୨ କିମି ଦୂରତା ପର୍ଯ୍ୟନ୍ତ ଏହି ସିସିଟିଭି ଲଗାଯିବ। ରାଜ୍ୟରେ ଦୁର୍ଘଟଣା ଘଟୁଥିବା ବେଳେ ଏହାକୁ ଏଡାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାରସୂଚନା ଦେଇଛନ୍ତି । ଗୁରୁବାର କମିଶନରେଟ୍ ପୋଲିସର ୧୨ ବର୍ଷ ପୂର୍ତ୍ତି ଅବସରରେ ଏହି ଘୋଷଣା କରାଯାଇଛି । ଏହା ସହିତ ରାଜ୍ୟରେ ଟ୍ରାଫିକ୍ ଆଇନକୁ କଡାକଡି କରାଯିବ । ଜୟଦେବ ବିହାର, ନନ୍ଦନକାନନ ରାସ୍ତାର ସମସ୍ୟା ଦୂର ପାଇଁ ଯୋଜନା କରାଯାଉଥିବା ସହିତ ଟେକ୍ନୋସେଭି ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଛି ।


