କମିସନରେଟ୍ ପୁଲିସକୁ ପୂରିଲା ୧୨ବର୍ଷ

ଭୁବନେଶ୍ବର- କମିସନରେଟ ପୁଲିସ ଗୁରୁବାର ଓଏସଏପି ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ପାଳନ କରିଛି ୧୨ ତମ ପ୍ରଚିଷ୍ଠା ଦିବସ । ଏହି ଅବସରରେ ବକ୍ତବ୍ୟ ରଖି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ମହିଳା ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ସେହିପରି ଏହି ସମାରୋହରେ ଯୋଗଦେଇ ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ପୁଲିସ କଠିନ ପରିଶ୍ରମ କରୁଛି । ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି, ଏଥିପାଇଁ ତିନିଶହ ମହିଳାଙ୍କୁ ନେଇ ଏସପିଓ ୟୁନିଟର ଶୁଭାରମ୍ଭ କରାଯାଇଛି । ରାଜ୍ୟ ସରକାର ‘ମୋ ସରକାର’ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ତାର କାର୍ଯ୍ୟକାରିତା ନେଇ ଆମକୁ ଭଲ ମତାମତ ମିଳୁଛି । ପୁଲିସ କଠିନ ପରିଶ୍ରମ କରୁଛି, ଜନସାଧାରଣଙ୍କୁ ସେବା ଯୋଗାଉଛି। ଏହି ସଫଳତାକୁ ଆଗାମୀ ଦିନରେ ବଜାୟ ରଖିବାକୁ ପଡ଼ିବ ବୋଲି ମତ ରଖିଛନ୍ତି ପୁଲିସ ଡିଜି ଅଭୟ । ଆଜି ମହିଳାଙ୍କ ସୁରକ୍ଷାକୁ କଡ଼ାକଡ଼ି କରିବା ଲାଗି ୩ଶହ ଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ମହିଳାଙ୍କ ସୁରକ୍ଷା ପାଇଁ ଏସ୍ପିଓ ଭାବରେ ନିଯୁକ୍ତି ଦିଆଯାଇଛି। ଏହି ଏସପିଓମାନେ ବିଧିବଦ୍ଧ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ସାଧାରଣ ଜନତାଙ୍କ ସୁରକ୍ଷା ଓ ଅପରାଧ ନିୟନ୍ତ୍ରଣ ପାଇଁ କମିସନରେଟ୍ ପୁଲିସ ନିରନ୍ତର ପ୍ରୟାସ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ