ଜାତୀୟ ସେବା ଯୋଜନା ତରଫରୁ ବନ ମହୋତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ୍ ସ୍ଥିତ ଖଣ୍ଡଦେଉଳି ଗ୍ରାମର ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ରେ ରେଡ୍ କ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ ଏବଂ ଜାତୀୟ ସେବା ଯୋଜନା ତରଫରୁ ବନ ମହୋତ୍ସଵ କାର୍ଯ୍ୟକ୍ରମ ଗତ ୨୧/୦୭/୨୩ ଓ ୨୨/୦୭/୨୩ ୨ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏଥିରେ ନିକଟସ୍ଥ ଖଣ୍ଡ ଦେଉଳି ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଙ୍କର ନାରାୟଣ ବେଜ ଙ୍କ ଉପସ୍ଥିତି ରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ପଟ୍ଟନାୟକ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ଉପସ୍ଥିତି ରେ ବିଭିନ୍ନ ଚାରା ରୋପଣ କରିବା ସହିତ ପରିବେଶ ସୁରକ୍ଷା ଲାଗି ଗଛ ର ମହତ୍ୱ ଅତ୍ୟନ୍ତ ଗୁରୁତ୍ଵପୁର୍ଣ୍ଣ ହୋଇଥିବାରୁ ରାଜ୍ୟ ସରକାର ପରିବେଶ ସୁରକ୍ଷା ଲାଗି ଚାରା ରୋପଣ କୁ ଗୁରୁତ୍ୱ ଦେଇ ଆସୁଥିବା କହିଥିଲେ।ଏହି ଅବସର ରେ କଲେଜ ପରିସର ରେ ବିଭିନ୍ନ କିସମ ର ଔଷଧୀୟ ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଯୁବ ରେଡ୍ କ୍ରସ୍ ଭାରାପ୍ରାପ୍ତ ଅଧିକାରୀଣି ଏନ . ପଦ୍ମାବତୀ ଏବଂ ଜାତୀୟ ସେବା ଯୋଜନା ର ପ୍ରୋଗ୍ରାମ୍ ଅଫିସର୍ ଅଧ୍ୟାପକ ଦେବୀ ପ୍ରସାଦ ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମଚାରୀ ଙ୍କ ସମେତ NSS ଓ YRC ର ବହୁ ସ୍ଵେଚ୍ଛାସେବୀ ଉପସ୍ଥିତି ରହି ଚାରା ରୋପଣ କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିଥିଲେ।


