କେନ୍ଦ୍ରାପଡା ଜିଲ୍ଲା ଓଷ୍ଟାର କନ୍‌ଭେନ୍‌ସନ୍‌

କେନ୍ଦ୍ରାପଡ଼ା, (ପଦ୍ମଲୋଚନ ପାଣିଗ୍ରାହୀ):ଶିକ୍ଷକ ଶିକ୍ଷିକା ଓ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟ ଓଷ୍ଟାର ନିଷ୍ପତ୍ତିକ୍ରମେ ଜିଲ୍ଲା ଓଷ୍ଟାର କନ୍‌ଭେନ୍‌ସନ୍ ସ୍ଥାନୀୟ ଗୁଲନଗର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓଷ୍ଟାର ସଭାପତି ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକର ପ୍ରାରମ୍ବରେ ଜିଲ୍ଲା ସମ୍ପାଦକ ନିର୍ମଳ କୁମାର ନାୟକ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ଓଷ୍ଟାର କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଜିଲ୍ଲା ପ୍ରଭାରୀ ନିର୍ମଳ କୁମାର ଜେନା, ରାଜ୍ୟସମ୍ପାଦକ ପ୍ରଣବ କୁମାର ଜେନା ପ୍ରମୁଖ ଯୋଗଦେଇ ଶିକ୍ଷକମାନଙ୍କ ବିବିଧ ସମସ୍ୟା ଉପରେ ଆଲୋକପାତ କରିବା ସହ ଆଗାମୀ ଅଗଷ୍ଟ ୯ କ୍ରାନ୍ତି ଦିବସରୁ ଯୁଗାନ୍ତକାରୀ ଆନ୍ଦୋଳନର ପ୍ରସ୍ତୁତି ପାଇଁ ଆହ୍ୱାନ ଦେଇଥିଲେ । ୧୯୪ ଅଣଅଣୁଦାନପ୍ରାପ୍ତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ ସହ ଚାକିରୀ ସର୍ତ୍ତାବଳୀ ଓ ସମସ୍ତ ସରକାରୀ ସୁବିଧା ସୁଯୋଗ ପ୍ରଦାନ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ୬୪୮ ବିଦ୍ୟାଳୟକୁ ସରକାରୀକରଣ, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଠିକା ଶିକ୍ଷକ, ଶିକ୍ଷିକାମାନଙ୍କୁ ନିଯୁକ୍ତି ଦିନରୁ ସ୍ଥାୟୀ କରାଯିବା, ୧୯୦୦, ୨୨୦୦ ଓ ୨୮୦୦ ଗ୍ରେଡ୍ ପାଇଥିବା ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନଙ୍କର ସପ୍ତମ ବେତନରେ ରହିଥିବା ଅସଂଗତି ଦୂର କରିବା ଓ ୪୮ ବର୍ଷ ପରେ ଉଚ୍ଚହାରରେ ବେତନ ପ୍ରଦାନ ଇତ୍ୟାଦି ଦାବି ନେଇ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ଶିକ୍ଷକ ଓ କର୍ମଚାରୀ ଆନ୍ଦୋଳନରେ ଯୋଗଦେବା ସହ ଅଗଷ୍ଟ ୧୬, ୧୭ ଓ ୧୮ ତିନିଦିନ ବ୍ୟାପି ଭୁବନେଶ୍ୱରରେ ଅହୋରାତ୍ର ଧାରଣା ଦିଆଯିବ ବୋଲି ରାଜ୍ୟ ଓଷ୍ଟା ପକ୍ଷରୁ ନିଷ୍ପତ୍ତି ନିଅ।।ଯାଇଥିବା ସୂଚନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ରାଜ୍ୟ ସମ୍ପାଦକ ତ୍ରୈଲୋକ୍ୟ ସ୍ୱାଇଁ, ପ୍ରାକ୍ତନ ଜିଲ୍ଲା ସମ୍ପାଦକ ତପନ କୁମାର ସିଂହ, ପ୍ରାକ୍ତନ ଜିଲ୍ଲା ସଭାପତି ବିଜୟ କୁମାର ଦାସ, ଉପସଭାପତି ତ୍ରୈଲୋକ୍ୟ ମିଶ୍ର, ଗୋକୁଳି ଚରଣ ରାଉତ, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର କୁମାର ପରିଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାପାତ୍ର, ବ୍ଲକ ସମ୍ପାଦକ ଭଗବାନ ସାହୁ, ମଳୟ କୁମାର ପାଣି, ବାବାଜୀ ଚରଣ ଦାସ, ଅରବିନ୍ଦ ନାୟକ, ଅଲେଖ ଚନ୍ଦ୍ର ମହାନ୍ତି, ଗଗନ ବିହାରୀ ସୂତାର, ବିଚିତ୍ର କୁମାର ସାହୁ, ପ୍ରିୟରଞ୍ଜନ ଦାସ, ଅଶୋକ କୁମାର ବିଶ୍ୱାଳ, ପୀତବାସ ପଣ୍ଡା, ସଞ୍ଜୟ କୁମାର ସାମଲ, ଅନ୍ନପୂର୍ଣ୍ଣା ସାହୁ, ସରୋଜିନୀ ସ୍ୱାଇଁ, ରୀନାରାଣୀ ରାଉତ ପ୍ରମୁଖ ଆଗାମୀ ଆନ୍ଦୋଳନକୁ ସଫଳ କରି ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନଙ୍କ ଦାବି ପୂରଣ କରିବାକୁ ବଜ୍ର ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଲେଖ ଚନ୍ଦ୍ର ମହାନ୍ତି, ରମେଶ ଚନ୍ଦ୍ର ସାହୁ, ବିଶ୍ୱଜିତ ଦାସ, ପ୍ରସନ୍ନ କୁମାର ପରିଡା, ତୁଷାର ରଞ୍ଜନ ନାୟକ, ରାଜକିଶୋର ନାୟକ, ନାରାୟଣ ପଣ୍ଡା, ପାର୍ଥସାରଥୀ ବେହେରା, ଟିଟିକାନ୍ତ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ବଟକୃଷ୍ଣ ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଶୋକ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ