ଜାତୀୟ ସ୍ତରରେ ଆଡପଡା ପଞ୍ଚାୟତ ପୁରସ୍କୃତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଆଡପଡା ପଂଚାୟତ ଜାତୀୟ ସ୍ତରୀୟ ଶ୍ରେଷ୍ଠ ପଂଚାୟତ ପୁରସ୍କାର ୨୦୨୧ ଅଧିନ ରେ ଥିବା ନାନାଜି ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମ ସଭା ପୁରସ୍କାର ପାଇଛି।ପଞ୍ଚୟତ ର ଜନସାଧାରଣ ଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉତ୍କୃଷ୍ଟ ସେବା ଯୋଗାଇ ପାରିଛି।ଜନସାଧାରଣ ଙ୍କୁ ସରକାରୀ ଯୋଜନା ରେ ସାମିଲି କରି ଉତମ ସେବା ସେମାନଙ୍କ ଅର୍ଥନୈତିକ ବିକାଶ ତଥା ଆତ୍ମନିର୍ଭରଶୀଳ କରାଇବା ସହ ପାଞ୍ଚୟତ ର ସାମଗ୍ରୀକ ବିକାଶ,ଜନସାଧାରଣ ଙ୍କ ପାଇଁ ଉଦ୍ଧିଷ୍ଟ ସ୍ୱାସ୍ଥ୍ୟ,ଶିକ୍ଷା ,ରାସ୍ତା,ପାନିୟ ଜଳ ଭଳି ମୌଳିକ ସୁବିଧା ଯୋଗାଇଥିବା ଯୋଗୁଁ ଜାତୀୟ ସ୍ତର ରେ ଆଡପଡା ପଞ୍ଚାୟତ କୁ ମୋନୟନ କରି ସରପଞ୍ଚ ନୀଳମାଧଵ ରାଉତ ଙ୍କୁ ଗତକାଲି ଗୋପାଳପୁର ଥରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଛି।ଏନେଇ ପଂଚାୟତ ଜନସାଧାରଣ ସରପଞ୍ଚ ଶ୍ରୀ ରାଉତ ସମିତି ସଭ୍ୟ ଆଡପଡା ଇସାନେଶ୍ୱର ମନ୍ଦିର କମିଟି ଏବଂ ଇସାନେଶ୍ୱର ପାଠାଗାର ସଭାପତି ବନମାଳୀ ପ୍ରଧାନ ପ୍ରମୁଖ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସିନ୍ଧେଦତ୍ତାତ୍ରୟ ଭାଉ ସାହେବ ଏବଂ ବ୍ଲକ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


