ଜାନୁୟାରୀ ପହିଲାରେ ବିଶ୍ୱଶାନ୍ତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତିବର୍ଷ ଭଳି ଆସନ୍ତା ଜାନୁୟାରୀ ପହିଲାରେ ପ୍ରାର୍ଥନା ଦିବସ ପରିଚାଳନା ସମିତି ପକ୍ଷରୁ ଦେଶ ଏବଂ ରାଜ୍ୟର ବିଭିନ୍ନ ସହରରେ ବିଶ୍ୱଶାନ୍ତି ପ୍ରାର୍ଥନା କରାଯିବ । ଏହି କ୍ରମରେ ସେଦିନ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସର୍ବଧର୍ମ ପ୍ରାର୍ଥନା ଦିବସ ପାଳନ କରାଯିବ ବୋଲି ପ୍ରାର୍ଥନା ଦିବସ ପରିଚାଳନା ସମିତି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ୟୁନିଟ-୨ ଦିବ୍ୟଜୀବନ ସଂଘ ପରିସରରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ପାଳନ ପ୍ରସ୍ତୁତି ବୈଠକରେ ପ୍ରାର୍ଥନା ଦିବସର ପରିଚାଳନା ଦିବସର ସଭାପତି ତଥା ପ୍ରଖ୍ୟାତ ଆଧ୍ୟାତ୍ମିକ ମାର୍ଗଦର୍ଶିକା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ କହିଥିଲେ ଯେ, ସମଗ୍ର ବିଶ୍ୱରେ ଅଶାନ୍ତି, ଅରାଜକତା ଓ ଅନ୍ଧବିଶ୍ୱାସ ବଢି ଚାଲିଥିବା ବେଳେ ସେଥିରୁ ରକ୍ଷା ପାଇବା ଓ ଏକ ଶାନ୍ତିପୂର୍ଣ୍ଣ ସମାଜ ଗଠନ ପାଇଁ ସମୂହ ପ୍ରାର୍ଥନା ଶ୍ରେଷ୍ଠ ଶକ୍ତି । ସେଥିପାଇଁ ଜାନୁୟାରୀ ମହିଳା ଦିନ ସମସ୍ତେ ନିଜ ନିଜ ଧର୍ମର ଆରାଧ୍ୟ /ଇଷ୍ଟଙ୍କୁ ଘଣ୍ଟାଟିଏ ପ୍ରାର୍ଥନା କରିବେ । ଶ୍ରୀମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ଦିବସ ପାଳନ ପ୍ରସ୍ତୁତି ବୈଠକରେ ଗାୟତ୍ରୀ ପରିବାରର ରଜନୀ ରାଣୀ ରାଜବଂଶୀ, ସୁଶୀଲ ଦେବଶର୍ମା, ବ୍ରହ୍ମକୁମାରୀ ରାଜ ଯୋଗିନୀ, ଗୀତା ଭଉଣୀ, ଅହମଦୀୟା ମୁସଲିମ ସମ୍ପ୍ରଦାୟର ମୌଲବୀ ଫଜଲ ହକ ଖାନ, ବୈକୁଣ୍ଠ ପରିବାରର ବାବାଜୀ ବାଳକାନନ୍ଦ ଦାସ, ଦିବ୍ୟଜୀବନ ସଂଘର ସ୍ୱାମୀ ଧର୍ମ ପ୍ରକାଶ ନନ୍ଦ ସରସ୍ୱତୀ, ରାମକୃଷ୍ଣ ମଠର ସ୍ୱାମୀ ଅଧ୍ୟାନନ୍ଦ ଦାସ, ବାଟ ଶ୍ରୀକ୍ଷେତ୍ର ଡ. ଅଭୟ ନାୟକ, ଜଗନ୍ନାଥ ସଂସ୍କୃତି ପରିଷଦର ଉପସଭାପତି ରବି ମହାପାତ୍ର, ଭାରତ ବିକାଶ ପରିଷଦର ଓଡିଶା ପୂର୍ବ ପ୍ରାନ୍ତର ମହାସଚିବ ପ୍ରଦୀପ୍ତ କୁମାର ମହାରଣା, ଆଧ୍ୟାତ୍ମ ଗବେଷକ ହେମନ୍ତ କୁମାର ପରିଡ଼ା, ଡ. ବିଜୟ କୁମାର ସ୍ୱାଇଁ, ଶିକ୍ଷାବିତ୍ ନିରଞ୍ଜନ ପଣ୍ଡା, ଗବେଷକ ସୁଦର୍ଶନ ସାହୁ, ବରିଷ୍ଠ ସାମ୍ବାଦିକ ଅକ୍ଷୟ ପତି, ସାରଳା ମିଶ୍ର, ଡା ସରୋଜିନୀ ଯୋଶୀ, ଡା ମମି ପରିଜା, ଶୈଳରାଣୀ ମିଶ୍ର ଏବଂ ଅନ୍ନପୂର୍ଣ୍ଣା ଦାଶ ପ୍ରମୁଖ ଯୋଗଦେଇ ପ୍ରାର୍ଥନା ଦିବସ ପାଳନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଏହାକୁ ବିଶ୍ୱବ୍ୟାପୀ କରିବା ପାଇଁ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରି କାର୍ଯ୍ୟକ୍ରମକୁ ସଫଳ ହେବା ପାଇଁ ସଂକଳ୍ପ ନେଇଥିଲେ । ସଭା ପ୍ରାରମ୍ଭରେ ଶ୍ରୀମା’ ପ୍ରାର୍ଥନା ଦିବସ ପାଳନର ମହତ୍ୱ ସମ୍ପର୍କରେ ଅବଗତ କରାଇବା ସହ ପ୍ରାର୍ଥନା ଦିବସ ପରିଚାଳନା ସମିତିର ସମ୍ପାଦକ ସଚ୍ଚିକାନ୍ତ ନାଥ ଗତ ୫ ବର୍ଷ ଧରି ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ଆଗାମୀ କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନ କରିଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ ଦିବ୍ୟ ଜୀବନ ସଂଘ ଶାଖା ସଭାପତି ରାଧାଶ୍ୟାମ ଦାସ । ସମାଜସେବୀ ତଥା ଆଧ୍ୟାମିôକ ସଂଯୋଜକ ମନୋରଞ୍ଜନ ମହାନ୍ତି ସମଗ୍ର କାର୍ଯ୍ୟକ୍ରମକୁ ବ୍ରହ୍ମଚାରୀ ନୃସିଂହ ଦାସ, ବିରଞ୍ôଚ ରାଉତ, ପୁନମ ନାୟକ, ରଞ୍ଜିତ ଜେନା ପ୍ରମୁଖଙ୍କ ସହଯୋଗରେ ସଞ୍ଚାଳନ କରିଥିଲେ । ସ୍ଥାନୀୟ ଦିବ୍ୟଜୀବନ ସଂଘର ସମ୍ପାଦକ ରମେଶ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏବଂ ଅଭୟ ଓଝା, ରବି ମିଶ୍ର, ପଦ୍ମନାଭ ପାଣିଗ୍ରାହୀ, ବିପିନ ପରିଡ଼ା, ଶୈଳବାଳା ମହାନ୍ତି, ଆରତୀ ଆଚାର୍ଯ୍ୟ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପର୍ଣ୍ଣ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ