ଗୁରୁଙ୍କ ଆଶ୍ରିର୍ବାଦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରେ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗୁରୁଙ୍କ ଆଶ୍ରିର୍ବାଦ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିଥାଏ ବୋଲି ମେହେନ୍ଦିପୁର ଲାଲବାହାଦୁର ଉଚ୍ଚ ଶିକ୍ଷାଶ୍ରମ ୧୯୮୩ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ବନ୍ଧୁ ମିଳନ ଉତ୍ସବରେ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ଶିକ୍ଷକ ରବିନ୍ଦ୍ର କୁମାର ପରିଡା ଓ ପଣ୍ଡିତ ପ୍ରେମାନନ୍ଦ ଷଡଙ୍ଗୀ କହିଛନ୍ତି । ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଗଣ୍ଡାଖିଆ ନିକଟସ୍ଥ ଲୋକନାଥପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ବନ୍ଧୁମିଳନରେ ଛାତ୍ରୀ କବିତା ମୁଦୁଲି ସଭାପତିତ୍ୱ କରିଥିବା ବେଳେ ଛାତ୍ରୀ ଦିପ୍ତିରାଣୀ ମହାନ୍ତି, ସଂଯୁକ୍ତା ସେଣ, ସରସି ମହାନ୍ତି, ବନ୍ଦନା ବିଶ୍ୱାଳ, ଛାତ୍ର ସିକନ୍ଦର ଆଲମ, ଚିତ୍ତରଞ୍ଜନ ଦାସ, ଶୁକାନ୍ତ ଦାସ, କେଶବ ସାମଲ, ସଂଗ୍ରାମ ମହାନ୍ତି, ଖଗେଶ୍ୱର ମଲ୍ଲ, ଶୁଭାଂଶୁ ଦାସ, ଅଜୟ ନାୟକ, ହେମନ୍ତ ଜେନା, ସଞ୍ଜୟ ଦାସ, ଦିପ୍ତି ଦାସ, ପୁଷ୍ପିତା ମଲ୍ଲ, ସୁରେଶ ବେହେରା, ରତ୍ନାକର ସାହାଣୀ, ଉତ୍ତମ ଦାସ, ସୁବୋଧ ଦାସ, ଶ୍ରୀନାଥ ବେହେରା, ନିରାକାର ମହାନ୍ତି, ମନୋଜ ସ୍ୱାଇଁ, ସୀତାକାନ୍ତ ସ୍ୱାଇଁ, ଦେବାଶିଷ ଜେନା, ଜଗନ୍ନାଥ ଜେନା, ଆରତୀ ବେହେରା, ରମେଶ ମଲିକ, ଶ୍ୟାମସୁନ୍ଦର ମଲିକ, ପ୍ରଭାତ ନଳିନୀ କର, ହେଲେନବାଳା ସେଣ, ହେମଲତା ସେଠୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ଗୁରୁମାନଙ୍କୁ ଉପଢୈାକନ, ପୁଷ୍ପଗୁଛ ଓ ପେନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ସେମାନେ ପୁରାତନ ସ୍କୁଲ ଜୀବନର ସେହି ଅବିସ୍ମରଣୀୟ ସ୍ମୃତିକୁ ରୋମନ୍ଥନ କରିବା ସହ ପରଷ୍ପର ମଧ୍ୟରେ ଭାବ ବିନିମୟ କରି ଭାବବିହ୍ୱଳ ହୋଇ ପଡିଥିଲେ । ଏହାପରେ ମା’ଛୁଆଳିଆଙ୍କ ପୀଠରେ ଛାତ୍ରଛାତ୍ରୀମାନେ ମା’ଙ୍କ ଆଶ୍ରିର୍ବାଦ ଭିକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ