ଜାବିନିପୁର ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଚାତ୍ରୀଙ୍କୁ ପୋଷାକ ବଣ୍ଟନ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଜାବିନିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସଏମସି ସଭାପତି ସରୋଜ କୁମାର ଭୋଇ, କମିଟି ସଦସ୍ୟା ପାର୍ବତୀ ମୁଣ୍ଡା, ଯତୀବ୍ରତ ସ୍ୱାଇଁ, ଶିକ୍ଷକ ବିଜୟ କୁମାର ସ୍ୱାଇଁ ଓ ସିଆରସିସି ପ୍ରମୁକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଦୁଇହଳ ଲେଖାଏଁ ପ୍ୟାର୍ଟ, ସାର୍ଟ, ଏକହଳ ଯୋତା ଓ ଦୁଇହଳ ମୌଜା ବଣ୍ଟନ କରିଥିଲେ । ଶିକ୍ଷୟତ୍ରୀ ପ୍ରତୀମା ଖଟୁଆ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।


