ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ ; ମୁଜାଗଡ଼ ୭ଦିନ ସଟଡାଉନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଭଞ୍ଜନଗର ବ୍ଳକ ଅନ୍ତର୍ଗତ ମୁଜାଗଡ଼ ଗ୍ରାମ ପଂଚାୟତର ବୁଦୁଲି ଓ ମୁଜାଗଡ଼ ଗ୍ରାମରେ ୨ଜଣ କୋରନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ଶିବ ଶଙ୍କର ପ୍ରଧାନ ଆସନ୍ତା ୧୦/୦୭/୨୦ ରୁ ୧୬/୦୭/୨୦ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ମୁଜାଗଡ଼ ଗ୍ରାମ ପଂଚାୟତକୁ ସମ୍ପୂର୍ଣ୍ଣ ସଟ ଡାଉନ ଘୋଷଣା କରିଛନ୍ତି। ଏ ନେଇ ସେ ବିଡ଼ିଓ ଅନିଲ କୁମାର ସେଠୀଙ୍କୁ ଚିଠି ନମ୍ବର ( ୧୧୭/ ୯.୭.୨୦) ରେ ଉଲ୍ଲେଖ କରି ସମସ୍ତ ସୂଚନା ପ୍ରଦାନ କରିଛନ୍ତି। ବିଡ଼ିଓ ଅନିଲ କୁମାର ସେଠୀ ଙ୍କ ସୂଚନା ପ୍ରକାରେ ଏହି ଅଞ୍ଚଳରେ କୋରନା ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପରି ପଦକ୍ଷେପ ନିଆଯାଇଛି। ଆଗାମୀ ଦିନରେ ଏହାକୁ କଣ୍ଟେନମେଣ୍ଟ ଜୋନ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ଅପିଲ କରାଯିବ ।