ଜିଲ୍ଲାରେ ଖୋଲୁନି ଧାନମଣ୍ଡି, ମୁକୁଳାରେ ପଡିରହିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଖରିଫ ସରି ରବି ଆରମ୍ଭ ହୋଇଗଲାଣି ତଥାପି ଖରିଫ ଧାନ ବିକ୍ରିବଟା କରିବାପାଇଁ ଦ୍ୱନ୍ଦ ଲାଗିରହି ଥିବା ଯୋଗୁଁ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ଧାନ ମଣ୍ଡି ଖୋଲିପାରିନାହିଁ ଗଜପତି ଜିଲ୍ଲାରେ । ଏପରି ସ୍ଥଳେ କେଉଁ କାରଣରୁ ଧାନମଣ୍ଡି ଖୋଲାଯାଇ ପାରିନି ତାହାକୁ ନେଇ କେହି ମୁହଁ ଖୋଲୁ ନାହାନ୍ତି । ସେପଟେ ଚାଷୀର ଅମୂଲ୍ୟରତ୍ନ କୁହାଯାଉଥିବା ଧାନ ଖଳା, ରାସ୍ତାକଡରେ ମୁକୁଳା ହୋଇପଡିଛି । ଡିସେମ୍ବର ମାସ ପୂର୍ତ୍ତି ହେବାକୁ ହାତଗଣତି ଦିନ ରହିଥିଲେ ସୁଦ୍ଧା ଜିଲ୍ଲାରେ ଧାନମଣ୍ଡି ଖୋଲିବା ପାଇଁ କୌଣସି ତତ୍ପରତା ଦେଖାଉନାହାନ୍ତି ଆଲୋଚନା ହେଉଛି । ଚଳିତ ବର୍ଷ ଧାନ ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ କାହିଁପାଇଁ କରାଯାଇଛି । ଏପରି ବିଳମ୍ବକୁ ନେଇ ନାନାଦି ଆଲୋଚନା ହେଉଛି । ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ୬୫୦୦୦ହଜାର ମେଟ୍ରିକଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ । ଗୋଟିଏ ପଟେ ଧାନ ମଣ୍ଡି ଖୋଲାଯାଇ ନଥିବାରୁ ଚାଷୀକୂଳ ଚିନ୍ତାରେ ଥିବା ବେଳେ ଅନ୍ୟପଟେ ଆନ୍ଧ୍ରର ଧାନ ବ୍ୟବସାୟୀ ତଥା ଦଲାଲ ମାନେ ସକ୍ରିୟ ହୋଇସାରିଲେଣି । ଗୋଟିଏପଟେ ଧାନମଣ୍ଡି ଖୋଲିବାର ନାମଗନ୍ଧ ନଥିବା ବେଳେ ଅନ୍ୟପଟେ ବର୍ଷା ଆଶଙ୍କା, ବରାହ ଉପଦ୍ରବ ଆଦି ଚିନ୍ତା ଚାଷୀ ମୁଣ୍ଡରେ ଚିନ୍ତା ବଢାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ