ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ସମ୍ମିଳନୀର ରଜତ ଜୟନ୍ତି ଉତ୍ସବ ପାଳନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସଦର ଉପକଣ୍ଠସ୍ଥ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ସମ୍ମିଳନୀର ରଜତ ଜୟନ୍ତି ଉତ୍ସବ ପାଳନ କରାଯାଇଛି. ଏହି ସମ୍ମିଳନୀ ଡିସେମ୍ବର ୨୫/୨୬ ଦୁଇ ଦିନ ଧରି ପାଳନ କରାଯାଇଛି. ଏଥିରେ ବିଶ୍ୱ ବିଦ୍ୟାଳୟର ଉପ ସଭାପତି ପ୍ରଫେସର ଡି. ଏନ ରାଓ, ଉପକୂଳପତି ଡ଼. ସୁପ୍ରିୟା ପଟ୍ଟନାୟକ, ରେଜିଷ୍ଟାର ଡ଼. ଅନିତା ପାତ୍ର, ପ୍ରଫେସର ସି. ଆର ରାଓ, ଡ଼. ମଧୁ, ଡ଼. ପୁଷ୍ପାଅଞ୍ଜଳି ମିଶ୍ର, ଡ଼. ପ୍ରଜ୍ଞାପାଣି, ଡ଼. ରମାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ. ବିଶ୍ୱ ବିଦ୍ୟାଳୟର ସଭାପତି ଡ଼. ମୁକ୍ତିକାନ୍ତ ମିଶ୍ର ଭରଚୁଆଲ ମୋଡ଼ରେ ଯୋଗଦାନ ଦେଇଥିଲେ.ସଭାପତି ଡ଼. ମୁକ୍ତିକାନ୍ତ ମିଶ୍ର ଉଦବୋଧନ ଦେଇ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଶ୍ୱ ବିଦ୍ୟାଳୟ ସହିତ ଜଡିତ ରହିବାକୁ କହିଥିଲେ ଏବଂ ପାଠ୍ୟକ୍ରମ ପ୍ରକ୍ରିୟା ସହିତ ଜଡିତ ହେବାକୁ କହିଥିଲେ. ବିଶ୍ୱ ବିଦ୍ୟାଳୟର ଉପ ସଭାପତି ପ୍ରଫେସର ଡି. ଏନ. ରାଓ ଛାତ୍ରମାନଙ୍କୁ ବିଶ୍ୱ ବିଦ୍ୟାଳୟର ବିଭିନ୍ନ ବିକାଶମୂଳକ ଉନ୍ନତି ଉପରେ ଆଲୋକପାତ କରିଥିଲେ. ମେଧାବୀ ଛାତ୍ରଛାତ୍ରୀ ଯେଉଁମାନଙ୍କ ଆର୍ଥିକ ସ୍ୱଚ୍ଛଳ ସୃଦୁଢ ନୁହଁନ୍ତି ସେମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ. ଏହି ଅବସରରେ ଏକ ମେଧାବୃତ୍ତି ପୋର୍ଟାଲର ମଧ୍ୟ ଉଦଘାଟନ କରାଯାଇଥିଲା. ଛାତ୍ର ସଂସଦର ସଭାପତି ମନୋଜ ନାୟକ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀଙ୍କୁ ସବୁବର୍ଷ ଆସି ଯୋଗଦାନ ଦେବାକୁ କହିଥିଲେ. ବିଶ୍ୱ ବିଦ୍ୟାଳୟର ପ୍ରାୟ ୨୫୦ ଜଣରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ. ଏହି କାର୍ଯ୍ୟକ୍ରମକୁ ପ୍ରଫେସର ଦୁର୍ଗା ପ୍ରସାଦ ପାଢୀ, ପ୍ରଫେସର ସମ୍ବିତ ପାତ୍ର, ପ୍ରଫେସର ଅତୁନ ଦେବ, ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ, ସବିତା ଜେନା ପ୍ରମୁଖ ପରିଚାଳନା କରିଥିଲେ. ଏହି ଦୁଇଦିନରେ ଛାତ୍ରଛାତ୍ରୀମାନେ କ୍ୟାମ୍ପସ ପରିଭ୍ରମଣ, ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ବିଭିନ୍ନ ଦିଗରେ ଏବଂ କ୍ୟାରିୟର ବିକାଶ ଉପରେ ଆଲୋଚନା କରିଥିଲେ. ଛାତ୍ରଛାତ୍ରୀମାନେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମକୁ ମନୋଭରି ଉପଭୋଗ କରିଥିଲେ.


