ଜିଲ୍ଲାର ସବୁଠି ଦୋଳ ପୂର୍ଣ୍ଣିମା ଯାତ୍ରା
ଅନୁଗୋଳ : ଅନୁଗୋଳ ଜିଲ୍ଲାର ଅନୁଗୋଳ, ଆଠମଲ୍ଲିକ, ବଅଁରପାଳ, ତାଳଚେର, ପାଲଲହଡ଼ା, ଛେଣ୍ଡିପଦା, କଣିହାଁ ଆଦି ସ୍ଥାନରେ ଆଜି ଧୁମ୍ ଧାମ୍ ରେ ଦୋଳ ଯାତ୍ରା ପାଳିତ ହୋଇଯାଇଛି କ୍ଷ ଠାକୁରଙ୍କ ବିମାନକୁ ଗୋପାଳମାନେ ପଟୁଆର ସହ ଡିଜେ, ବାଜା, ରୋଷଣୀ, ବାଣ ଫୁଟାଇ ଓ ଲଉଡ଼ି ଖେଳ ପ୍ରଦର୍ଶନ କରି ଗ୍ରାମ ସହର ପରିକ୍ରମା କରିଥିଲେ କ୍ଷ ଶେଷରେ ବିମାନ ରେ ବିରାଜମାନ ରାଧା କୃଷ୍ଣଙ୍କ ବିଗ୍ରହକୁ ଯାତ୍ରା ସ୍ଥଳକୁ ଆଣିଥିଲେ କ୍ଷ ଆଜିର ଦିନରେ ନୂତନ ପାଞ୍ଜି ଖୋଲାଯିବ ଓ ସର୍ବ ସମ୍ମୁଖରେ ପାଠ କରାଯିବା ବିଧି ରହିଛି


