ଜନ ରୋଜଗାର ପାଇଁ ଇନ୍ଭେଷ୍ଟ୍ମେଣ୍ଟ୍ ଆୱାର୍ନେସ୍ ପ୍ରୋଗ୍ରାମ
ଭୁବନେଶ୍ୱର : ଆଜି ଫିନ୍ଷ୍ଟ୍ରାଟେଜି କନ୍ସଲ୍ଟାନ୍ସି, ଏକ ପୁନେ ସ୍ଥିତ କମ୍ପାନୀ ଜନ ରୋଜଗାର ପାଇଁ ଇନ୍ଭେଷ୍ଟମେଣ୍ଟ ଆୱାରନେସ୍ ପ୍ରୋଗ୍ରାମ ଆୟୋଜନ କରିଛି । ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ଠାରେ “ଟ୍ୟାକ୍ସ ପ୍ଲାନିଙ୍ଗ ଏବଂ ଇନ୍ଷ୍ଟମେଣ୍ଟ୍ ଆଓା୍ୱର୍ନେସ୍ ପ୍ରୋଗ୍ରାମ୍ ନା ରେ” । ଏହାର ଫାଉଣ୍ଡର ଏବଂ ସି.ଇ.ଓ. ଶ୍ରୀଯୁକ୍ତ ସି.ଏ ଓମ୍ ମହାପାତ୍ର ଙ୍କ କହିବା ଅନୁସାରେ ମାର୍ଚ୍ଚ ମାସ ଇନଭେଷ୍ଟମେଣ୍ଟ୍ ମାସ ହୋଇଥାଏ ଏବଂ ଦୂର୍ଭାଗ୍ୟ ଯେ ନିବେଶକମାନେ ପୁରାତନ ଫାଇନାନ୍ସିଆଲ ପ୍ରଡକ୍ସ ଯେପରି ଇସୁରାରାନ୍ସ, ୟୁଲିଫ ଏବଂ ଏଫ୍.ଡି ରେ ଠଙ୍କା ଖଟାନ୍ତି ଓ ବିଶେଷ ଲାଭବାନ ହୁଅନ୍ତି ନାହିଁ । ମହାପାତ୍ର ଏହା ମଧ୍ୟ କହିଥିଲେ ଫିକ୍ସଡ୍ ଡିପୋଜିଟ କମ୍ ସୁଧ ଦେଇ ଥାଏ ଏବଂ ୩୦% ଟ୍ୟାକ୍ସ ବ୍ରାକେଟରେ ଟ୍ୟାକ୍ସ ଦେଉଥିବା ନିବେଶକମାନଙ୍କ ପାଇଁ ଏହା ଉପଯୋଗୀ ନୁହେଁ । ଉଚ୍ଚ ଟ୍ୟାକ୍ସ ଦେଉଥିବା ନିବେଶକମାନେ ଡେପ୍ଟ ମ୍ୟୁଚୁଆଲ ଫଣ୍ଡ ଆଡକୁ ଆକର୍ଷିତ ହେବା ଉଚିତ, କାରଣ ଏଠାରେ ଟ୍ୟାକ୍ସର ରିହାତି ମିଳିଥାଏ ଓ ଇନ୍ଡେସ୍କସେଶନ ଏବଂ କମ୍ ଟ୍ୟାକ୍ସସେସନ୍ ରେଟ ଲାଗିଥାଏ । ଡେପ୍ଟ ମ୍ୟୁଚୁଆଲ୍ ଫଣ୍ଡରେ ଟି.ଡି.ଏସ୍ ଲାଗେ ନାହିଁ କିନ୍ତୁ ଏଫ୍.ଡି. ରେ ଟି.ଡି.ଏସ୍ ଲାଗିଥାଏ । ମହାପାତ୍ର କହିଥିଲେ ଯେ, ଲିକ୍ୱିଡ୍ ମ୍ୟୁଚୁଆଲ ଫଣ୍ଡ ବିଷୟରେ, ଯାହାକୁ ସେ କହନ୍ତି “ନ୍ୟୁ ଏଜ୍ ସେଭିଙ୍ଗସ୍ ଆକାଉଣ୍ଟ” । କାରଣ ଲିକ୍ୱିଡ ମ୍ୟୁଚୁଆଲ ଫଣ୍ଡ ୭.୫% ରୁ ୮% ୟିିଲ୍ଡ ଟୁ ମାଚ୍ୟୁରିଟି ଦେଇଥାଏ, ଯାହାକି ସେଭିଙ୍ଗସ୍ ଆକାଉଣ୍ଟ ଠାରୁ ଖୁବ୍ ଅଧିକ । ଆଜି ତାରିଖରେ ସେଭିଙ୍ଗସ୍ ଆକାଉଣ୍ଟ ୪% ହାରରେ ତାର ନିବେଷକ ମାନଙ୍କୁ ସୁଧ ଦେଇଥାଏ । ଓମ୍ ମହାପାତ୍ର ଜଣେ ଓଡ଼ିଆ ·ଟାର୍ଡ଼ ଆକାଉଣ୍ଟାଣ୍ଟ ଭାବେ ଦେଶ ବିଦେଶରେ ଏହି ପ୍ରକାର ଆୱାରନେସ୍ ପ୍ରୋଗ୍ରାମ ସଫଳତାର ସହ କରି ·ଲିଛନ୍ତି । ଆଗାମୀ ମାସରେ କଟକରେ ଏକ ବଡ଼ ଆକାରର ଆୱାରନେସ୍ ପ୍ରୋଗ୍ରାମ ଅନୁଷ୍ଠିତ ହେବା ସେ ସୂଚନା ଦେଇଥିଲେ । ସଭାରେ ଅନ୍ୟ ବକ୍ତା ଶ୍ରୀଯୁକ୍ତ ସି.ଏ. ସତ୍ୟାନନ୍ଦ ରାଉତରାୟ ଟ୍ୟାକ୍ସ ପ୍ଲାନିଙ୍ଗ ବିଷୟରେ କହିଥିଲେ । ସି.ଏ. ସୂର୍ଯ୍ୟପ୍ରକାଶ ମହାପାତ୍ର ଭୋଟ ଅଫ୍ ଥ୍ୟାଙ୍କସ୍ ଜଣାଇ ଥିଲେ । ତାଙ୍କ ୩୦ ବର୍ଷ ଅଭିଜ୍ଞତାରୁ ସେ ନିବେଶକ ମାନଙ୍କୁ ଜଣାଇଥିଲେ ଯେ, କିଭଳି ଭାବରେ ସେମାନଙ୍କୁ ଇନ୍ଭଷ୍ଟେମେଣ୍ଟ ନା’ ରେ ଠକା ଚାଲିଛି । କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଛି କାରଣ ଓଡ଼ିଶାର ଆଥିର୍କ ଅଭିବୃଦ୍ଧି ଲଗାତର ଭାବେ ବଢି ·ଲିଛି ଓ ସାଧାରଣ ଲୋକମାନେ ତାଙ୍କର ଅର୍ଥ ସଠିକ୍ ସ୍ଥାନରେ ନିବେଶ ପାଇଁ ଆଗ୍ରହୀ ଅଛନ୍ତି । କାର୍ଯ୍ୟକ୍ରମ ଦ୍ୱାରା ଓଡ଼ିଶାର ଅର୍ଥନୈତିକ ପ୍ରଗତିରେ ଅଭିବୃଦ୍ଧ ହେବ ବୋଲି ସୂର୍ଯ୍ୟ ପ୍ରକାଶ ମତ ଦେଇଛନ୍ତି । ଆୱାରନେସ୍ ପ୍ର୍ରୋଗ୍ରାମରେ ୧୦୦ରୁ ଅଧିକ ଅଭିଜ୍ଞ ଡ଼କ୍ଟର ଯୋଗ ଦେଇଥିଲେ ଏବଂ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଭାବ ବିନିମୟ କରି ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଥିଲେ ।


