ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା ଭାଜପା କାର୍ଯ୍ୟାଳୟ ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଯାଇଛି । ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା ଙ୍କ ନେତତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପ ସଭାପତି ରମେଶ ସାହୁ ମଞ୍ଚାସିନ ଥିଲେ । ପ୍ରାରମ୍ଭରେ ସମସ୍ତ ଅତିଥି ଦଳର ପ୍ରତିଷ୍ଠାତା ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ତୈଳଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ କରି ବୈଠକ ଟିକୁ ଆରମ୍ଭ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସଭାପତି ସ୍ୱାଗତ ଭାଷଣ ଦେଇ ସଭକାର୍ଯ୍ୟକୁ ଆରମ୍ଭ କରିଥିବା ବେଳେ ବିଧାୟକ ନରସିଂହ ମାଡକାମୀ ୨୦୧୪ ମସିହା ପରେ ଭାଜପା ଦେଶରେ ନିଜ ଶାସନଭାର ଗ୍ରହଣ କରିବା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଶରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣି କିଭଳି କୃଷି,ସ୍ୱାସ୍ଥ୍ୟ, ଗମନା ଗମନ ଓ ଖାଦ୍ୟ ନିରାପତ୍ତା କୁ ପ୍ରାଧାନ୍ୟ ଦେଇ ଦେଶକୁ ଆଗକୁ ବଢ଼ାଇ ଥିଲେ ମୋଦିଜୀ ଙ୍କ ନେତୃତ୍ବରେ ଦେଶରୁ ନକ୍ସଲ ବାଦ୍ ର ମୂଳ ସମାପ୍ତି ଘଟିବା ସହ ଗ୍ରାମାଞ୍ଚଳ ଗୁଡ଼ିକ ଦେଶର ବିକାଶ ସହ ଯୋଡ଼ି ହୋଇ ପାରିଥିଲା । ରାଜ୍ୟରେ ବିଜେପି ସରକାର ର ଆଗମନ ତଥା ଡବଲ ଇଞ୍ଜିନ ସରକାର ଦ୍ୱାରା ଓଡ଼ିଶାର ବିକାଶରେ ନୂତନ ଅଧ୍ୟାୟ ଯୋଡ଼ି ହୋଇପାରିଛି । ଚାଷୀଙ୍କ ହିତ ସାଧନ ପାଇଁ ଧାନର ମୂଲ୍ୟ ବୃଦ୍ଧି, ମା ଭଉଣୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା, ସଡ଼କ ପଥର ବିକାଶ,ରେଳ ପ୍ରକଳ୍ପ ର ଅଗ୍ରଗତି ପାଇଁ ଜମି ଅଧିଗ୍ରହଣ, ଗାଆଁ ଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା, ବିଧାୟକ ଆଦର୍ଶ ଗାଁ ଓ ଅନେକ ଯୋଜନାମାନ କରିଥିବା ବେଳେ ୨୪ବର୍ଷର ବିଗତ ବିଜେଡି ସରକାର କେନ୍ଦ୍ର ଯୋଜନା ଗୁଡିକୁ ନିଜ ନାଁ ଦେଇ ରାଜ୍ୟ ବାସୀଙ୍କୁ ଭ୍ରମିତ କରିଥିଲା ସେ ଅଭିଭାଷଣ ରେ କହିଥିଲେ। ଏହି କ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗା ସୋଡ଼ି ରାଜ୍ୟ ବିରୋଧୀ ଦଳ ଓ କେନ୍ଦ୍ର ବିରୋଧୀ କଂଗ୍ରେସ ର ଦେଶ ବିରୋଧୀ ନୀତିକୁ ନେଇ ଉଦବେଗ ପ୍ରକାଶ କରିବା ସହ ସାମୂହିକ ଭାବେ ନିନ୍ଦା କରିଥିଲେ । ଆଗାମୀ ଦିନରେ ହେବାକୁ ଥିବା ସେବା ସଂକଳ୍ପ କାର୍ଯ୍ୟକ୍ରମର ବ୍ୟାପକ ପ୍ରସାର ପାଇଁ ସଦସ୍ୟଙ୍କୁ ଦାୟିତ୍ୱ ନ୍ୟସ୍ତ କରିବା ସହ ଏହାକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସରକାରୀ ସ୍ଥରରେ ପାଳନ ହେବାକୁ ଥିବା କାର୍ଯକ୍ରମରେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା ।  ଏହି ବୈଠକରେ ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ନରସିଂହ ମାଡକାମୀ, ସ୍ୱତନ୍ତ୍ର ପରିଷଦ ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି , ସମସ୍ତ ମଣ୍ଡଳ ସଭାପତି,ସମ୍ପାଦକ, ସମସ୍ତ ଶକ୍ତି କେନ୍ଦ୍ର ପ୍ରମୁଖ ଜିଲ୍ଲା ଅଧିକାରୀଙ୍କ ସମେତ ସାଧାରଣ ସମ୍ପାଦକ ମାଣିକ ଲାଲ ଚକ୍ରବର୍ତୀ, ନବଘନ ଲୋକେଇ, କୋଷାଧ୍ୟକ୍ଷ ସଞ୍ଜୟ ସରକାର , ବିଧାୟକ ପ୍ରତିନିଧି ନିହାର ରାୟ, ଦେବି ମାଡି ,ସବିତା ମିଶ୍ର, ବେଣୀ କାର୍ତୁଲ, ଏବଂ ମିଡ଼ିଆ ପ୍ରମୁଖ ଭାବେ ବି ଶ୍ରୀନିବାସ ପାତ୍ର ,ସୋସିଆଲ ମିଡ଼ିଆ ପ୍ରମୁଖ ଦୀପକ ସାହାଙ୍କ ସମେତ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ