ପୋଖରୀରେ ବୁଡ଼ି ଯୁବକ ମୃତ୍ୟୁ

ବଡସାହି,(ନିରଞ୍ଜନ ମହାନ୍ତ): ବଡ଼ସାହି ଥାନା ଅଧୀନ କଇଁଫୁଲିଆ ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକହେଲେ କଇଁଫୁଲିଆ ଧଢ଼ା ସାହି ଗ୍ରାମର ପରେଶ ମହାନ୍ତ ଙ୍କ ପୁଅ ସଞ୍ଜୟ ମହାନ୍ତ 32ବର୍ଷ । ସେ ସୋମବାର ସନ୍ଧ୍ୟାରୁ ନିଖୋଜ ଥିବା ଯୁବକଙ୍କ ମୃତଦେହକୁ ମଙ୍ଗଳବାର ସକାଳେ ବେତନଟୀ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ସୂଚନା ଅନୁସାରେ, ସଞ୍ଜୟ ସୋମବାର କାମ ସାରି ଘରକୁ ଫେରିବା ପରେ ଘର ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଖୋଜାଖୋଜି କରିଥିଲେ।ସେ ଗାଧୋଇ ଯାଇ ଥିବା ଜାଣି ପରିବାର ଲୋକେ ବେତନଟି ଦମକଳ ବାହିନୀ କୁ ଖବର ଦେଇଥିଲେ ଖବର ପାଇ ସୋମବାର ରାତିରେ ବେତନଟୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରେ ସର୍ଚ୍ଚ ଅପରେସନ୍ ଚଳାଇଥିଲେ। ହେଲେ ରାତିରେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ମଙ୍ଗଳବାର ସକାଳେ ପୁଣିଥରେ ଖୋଜାଖୋଜି କରାଯାଇ ପୋଖରୀରୁ ସଞ୍ଜୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଅଗ୍ନିଶମ ବାହିନୀ ମୃତଦେହକୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ବଡ଼ସାହି ପୋଲିସ ସେଠାରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ କଇଁଫୁଲିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ