ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କତ୍ତୃପକ୍ଷଙ୍କ ବେପରୁଆ ମନୋଭାବରୁ ନଷ୍ଟ ହେଉଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ଔଷଧ ନଷ୍ଟ ହେଉଥିବା ଦେଖାଯାଇଛି । ରାଜ୍ୟ ସରକାର ଗରିବ, ଅସହାୟ ଲୋକମାନଙ୍କ ପାଇଁ ବହୁ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ସେହିସବୁ ଯୋଜନା ସେମାନଙ୍କ ହିତରେ ଲାଗିବା ବଦଳରେ ଅହିତ କରୁଥିବାର ଅଭିଯୋଗ ହେଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିରାମୟ ଔଷଧ କେନ୍ଦ୍ରରେ ୧୦୬ ପ୍ରକାର ଔଷଧ ରହିବାର ସରକାରୀ ବ୍ୟବସ୍ଥା ରହିଛି । କୈାଣସି ପରିସ୍ଥିତିରେ ସେହି କେନ୍ଦ୍ରରେ ଔଷଧ ନଥିବା ଡାକ୍ତରଖାନା କତ୍ତୃପକ୍ଷ କହିପାରିବେ ନାହିଁ । ଆବଶ୍ୟକ ସ୍ଥଳେ ଡାକ୍ତରଖାନା କତ୍ତୃପକ୍ଷ ସ୍ଥାନୀୟ ଅଚଂଳରୁ ଔଷଧ କିଣିବାର ବ୍ୟବସ୍ଥା ମଧ୍ୟ ରହିଛି । କିନ୍ତୁ ରୋଗୀଟି ଔଷଧ ପାଇଁ ବିଭିନ୍ନ ସମୟରେ ନିରାମୟ କେନ୍ଦ୍ରରେ ହଟହଟା ହେଉଥିବା ଅଭିଯୋଗ ହୋଇଆସୁଛି । ନିରାମୟ କେନ୍ଦ୍ରରେ ଔଷଧ ଓ ଇଞ୍ଜେକସନ ଗୁଡିକ ଯେତିକି ତାପମାତ୍ରାରେ ରହିବା କଥା ତାହାଠୁ ଢେର ଅଧିକ ତାପମାତ୍ରାରେ ରହୁଥିବାରୁ ସେହି ଔଷଧ ଓ ଇଞ୍ଜେକସନ ଗୁଡିକର ଗୁଣାତ୍ମକମାନ ମଧ୍ୟ ନଷ୍ଟ ହେଉଥିବା ଅଭିଯୋଗ ହେଉଛି । ଏସବୁ ଘଟଣାକୁ ନେଇ ଡାକ୍ତରଖାନା କତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁଁ ଗରୀବ ରୋଗୀମାନେ ଚଢା ଦରରେ ବାହାରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି । ଏଭଳି ପରିସ୍ଥିତିରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏହି ଘଟଣା ପ୍ରତି ଆବଶ୍ୟକ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ