ଜିଲ୍ଲା ମୁଖ୍ୟ ଛତ୍ରପୁର ଉପଖଣ୍ଡରେ ଓଡ଼ିଆ ବରପୁତ୍ରଙ୍କ ପ୍ରତି ଅପମାନ
ବ୍ରହ୍ମପୁର ଓ ଛତ୍ରପୁରଠାରେ ଆମ୍ବେଦକରଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ଦାବି
ବ୍ରହ୍ମପୁର ,(ଅନିଲ କୁମାର): ଗଞ୍ଜାମ ଜିଲ୍ଲାର ମୁଖ୍ୟାଳୟ ଛତ୍ରପୁର ଉପଖଣ୍ଡରେ ଓଡିଶାର ବରପୁତ୍ର ମାନଙ୍କ ପ୍ରତି ଘୋର ଅପମାନପୂର୍ବକ ପ୍ରତିମୂର୍ତ୍ତି ଗୁଡିକ ସ୍ଥାପନ କରାଯାଇଛି ବୋଲି ଗଞ୍ଜାମ ଜିଲ୍ଲା ପୂଜ୍ୟ ପୂଜା ସମିତି ଅଭିଯୋଗ କରିଛି l ପ୍ରକାଶ ଯୋଗ୍ୟଯେ, ଛତ୍ରପୁର ସହରକୁ ସୁନ୍ଦର ସୁଶୋଭିତ କରିବା ପାଇଁ ଓଡିଶାର ବିଭିନ୍ନ ମହାମନୀଷୀଙ୍କ ପ୍ରତିମୂର୍ତ୍ତି କୁ ସ୍ଥାପନ କରିବାପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଥିଲେବି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ, ଜିଲ୍ଲପାଳଙ୍କ କାର୍ଯ୍ୟାଳୟ, କୋର୍ଟ ଆଦି ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଯିବା ମୁଖ୍ୟ ରାସ୍ତାରେ ଓଡ଼ିଆ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଗୁଡିକୁ ଅତି ଅପମାନପୂର୍ବକ ଭାବେ ତିନି ଜଣିଆ ବେଞ୍ଚରେ ବସାଇ ସ୍ଥାପନ କରାଯାଇଛି l ଉକ୍ତ ବେଞ୍ଚର ଖାଲିଥିବା ସ୍ଥାନରେ ଅର୍ଥାତ ପ୍ରତିମୂର୍ତ୍ତିକୁ ଲାଗି ଥିବା ଖାଲି ସ୍ଥାନରେ ବିଭିନ୍ନ ଲୋକ ବସି ଗୁଲିଗପ କରିବା ଦେଖାଯାଉଛି ଓ କିଛି ଯୁବକ ଯୁବତୀ ବସି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଏବଂ ଅନେକ ଥର କିଛି ଯୁବକ ସେଠାରେ ବସି ସିଗାରେଟ ଓ ମଦ୍ୟପାନ ମଧ୍ୟ କରୁଛନ୍ତି l ନିତି ସବୁବେଳ ସରକାରୀ ବାବୁ ମାନେ ଉକ୍ତ ରାସ୍ତାରେ ଯିବାଆସିବା କରୁଥିଲେ ବି ଦେଖି ନ ଦେଖିବlଭଳି ସେଠାରୁ ଚାଲି ଯାଆନ୍ତି l ଏହା ଛୋଟ ଛୋଟ ପିଲାଙ୍କ ସମେତ ଜନ ସାଧାରଣଙ୍କ ମନରେ ଗଭୀର ପ୍ରଭାବ ପକାଇବା ସହ ମହାମନୀଷୀଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଉଛି l ଏଣୁ ମହାମନୀଷୀଙ୍କ ପ୍ରତିମୂର୍ତ୍ତି ଗୁଡିକୁ ସେଠାରୁ ବାହାର କରି ଉଚ୍ଚ ସ୍ଥାନରେ ଦଣ୍ଡାୟମାନ ଅବସ୍ଥାରେ ସୁରକ୍ଷିତ ଓ ସୁନ୍ଦରଭାବେ ସ୍ଥାପନ କରାଯିବାକୁ ପ୍ରସ୍ତାବ ଦେବାସହ ଛତ୍ରପୁର ଓ ବ୍ରହ୍ମପୁର ଉଭୟ ସ୍ଥାନର ଯେକୌଣସି ମୁଖ୍ୟ ଛକରେ ବିଶ୍ୱରତ୍ନ ତଥା ଭାରତର ସମ୍ବିଧାନ ପ୍ରଣେତା ଡ଼ଃ. ଭୀମରାଓ ଆମ୍ବେଦକରଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ପୂଜ୍ୟ ପୂଜା ସମିତିର ସଭାପତି ବଂଶୀଧର ଭୂୟାଁ,ସମାଜସେବୀ ମନୋଜ କୁମାର ତରାଇ,ରମେଶ କୁମାର ବେହେରା,ଏସ.ସlମ୍ବଶିବା ରାଓ, ବିଜୟ ଚନ୍ଦ୍ର ବିଶୋଇ,ଆଇନଜୀବୀ ଅବନୀ ଗୟା ପ୍ରମୁଖ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି l


