ଜିଲ୍ଳାପାଳ,ଏସପି ସମେତ ବହୁ ଅଧିକାରୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲା ପ୍ରେସକ୍ଲବ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) ; ନବବର୍ଷ ଉପଲକ୍ଷେ ଛତ୍ରପୁର ପ୍ରେସ କ୍ଲବର ସଭାପତି ରବିନ୍ଦ୍ର କୁମାର ପଣ୍ଡା, ସାଧାରଣ ସଂପାଦକ ସନ୍ତୋଷ କୁମାର ପାଢୀ, ଉପସଭାପତି କୃପାସିନ୍ଧୁ ପଣ୍ଡା, ଯୁବ ସାମ୍ବାଦିକ ବସନ୍ତ କୁମାର ମହାରଣା ,ସାମ୍ବାଦିକ ରବିନ୍ଦ୍ର ନାଥ ପଣ୍ଡା, କ୍ଷିରୋନ୍ଦ ଚନ୍ଦ୍ର ସାହୁ, ଶ୍ରୀକାନ୍ତ ମହାନ୍ତି , ପ୍ରଶାନ୍ତ କୁମାର ମହରାଣା, ସନ୍ତୋଷ ମିଶ୍ର, ସରୋଜ କୁମାର ସାମଲ, ସନ୍ତୋଷ କୁମାର ସାହୁ,ଦିଲ୍ଲିପ କୁମାର ସାମଲ, ସୁଜୟସୁପ୍ରକାଶ ଧଳ ପ୍ରମୂଖ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଂଜାମ ଏସପି ବ୍ରିଜେଶ କୁମାର ରାଏ, ଗଂଜାମ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଜିଲ୍ଲା ଶିକ୍ଷାଅଧିକାରୀ ଡଃ.ସନାତନ ପଣ୍ଡା, ଛତ୍ରପୁର ବିଇଓ ଅବିନାଶ ଶତପଥୀଙ୍କ ସମେତ ବହୁ ଅଧିକାରୀ ମାନଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଜଣାଇଥିଲେ ।


