୩୬ ଘଣ୍ଟା ମଧ୍ୟରେ ୩ ରାଜ୍ୟରେ ବର୍ଷା ସମ୍ବାବନା
ରାଜ୍ୟରେ ଶୀତର ପ୍ରକୋପ ବଢିବା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ରୁ ୩୬ ଘଣ୍ଟା ମଧ୍ୟରେ ୩ ଟି ରାଜ୍ୟରେ ବର୍ଷା ହେବାର ସମ୍ବାବା ରହୌିଥିବା ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ଗୁରୁବାର ସକାଳ ୮ଟା ସୁଦ୍ଧା ରାଜ୍ୟର ପଶ୍ଚିମ ଓ ଆଭ୍ୟନ୍ତର ଉତ୍ତର ଓଡ଼ିଶାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ଦେବଗଡ଼, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍ଗାନାଳ ଓ ବଲାଙ୍ଗୀର ଜିଲ୍ଲାର ବହୁ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।


