ଜୁଆ ଆଡ୍ଡା ଚଢ଼ାଉ ୨,୪୫,୧୨୦ ଟଙ୍କା ଜବତ ୭ ଗିରଫ

ଜୟପୁର , (ଯୁଗାବ୍ଦ ନ୍ୟୁଜ) : ଜୁଆ ଆଡ୍ଡା ଉପରେ ଚଢାଉ ଜୟପୁର ସୋଦର ପୋଲିସ କରି ୨,୪୫,୧୨୦ ଟଙ୍କା ଜବତ କରିଛି ପୋଲିସ । ଜୟପୁର ବ୍ଲକ ଘିଉରୀ ପଞ୍ଚାୟତ ଡାମାପୁଟ ନିକଟରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ଏକ ନଗତ ଟଙ୍କା ସମେତ ୯ ଟି ମୋବାଇଲ ଫୋନ ଓ ୭ ଜଣ କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ୭ ଜଣ ଙ୍କ ମଧ୍ୟରୁ ୬ ଜଣ ଜୟପୁର ଅଞ୍ଚଳର ହୋଇଥିବା ବେଳେ ୧ ଜଗଦଲପୁର ବୋଲି ସୂଚନା ଦେଇଛି ପୋଲିସ । ନଗତ ଅର୍ଥ ବ୍ୟତୀତ ପୋଲିସ ଘଟଣାସ୍ଥଳରେରୁ ସିଜି୦୪ଏଲଜେଡ୪୪୪୭ ଏବଂ ଓଡି୧୦ସି୧୧୪୪ନମ୍ୱର ବିଶିଷ୍ଟ ଦୁଇଟି କାର୍, ଓଡି୧୦୦୭୦୦ ନମ୍ୱର ଥିବା ଗୋଟିଏ ମଟରସାଇକେଲ , ବିଭିନ୍ନ କମ୍ପାନୀ ର ୯ ଟି ମୋବାଇଲ ଫୋନ,୩ ଟି ମହବବତୀ, ଗୋଟିଏ ମସିଣା ଏବଂ ଦୁଇଟି ବାକ୍ସ ଦିଆସିଲି କାଠି ଜବତ କରିଛି ପୋଲିସ।ଜୁଆରୀଆ ମାନେ ହେଲେ ରାମେଶ୍ବର ଆଚାରୀ(୩୫)( ଜୟପୁର ମାଳିସାହି), ପଟାନା ଶୁରେସ(୪୭) ଲକ୍ଷ୍ମୀ ନଗର ଜୟପୁର, ଶିବପ୍ରସାଦ ସାମନ୍ତରାୟ (୪୨) ଜୟପୁର ମାଦଲାସାହି, ଜଗନ୍ନାଥ ଖେମୁଣ୍ଡୁ ବୟସ ୩୮ ( ଡଙ୍ଗା ଗୁଡା ଜୟପୁର) , ବସନ୍ତ କୁମାର ପାଢ଼ୀ (୪୩ ଗୈଡ ସାହି ଜୟପୁର), ରଘୁନାଥ ଦାସ, ରାଜକୁମାର ଜେନ ( ସରସ୍ଵତୀ ଙ୍ଗବକ୍ସୟ ଜଗଦଲପୁର) ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ