ଜୁନାଗଡ଼ ଠାରେ ବହୁ ପ୍ରତୀକ୍ଷିତ ସିଭିଲ କୋର୍ଟ ଉଦଘାଟିତ
କଳାହାଣ୍ଡି,(ଓ୍ବାଇଏନ୍ଏସ୍):ଜୁନାଗଡ଼ ଠାରେ ବହୁ ପ୍ରତୀକ୍ଷିତ ନୂତନ ଭାବେ ସିଭିଲ କୋର୍ଟ ଆଜି ଉଦଘାଟିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟ ର ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ ଯୋଗ ଦେଇ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସେସନ ଜଜ ପ୍ରଦୀପ କୁମାର ପଟ୍ଟନାୟକ,ଜୁଭିନାଇଲ ଜଷ୍ଟିସ କମିଟି ପବିତ୍ର ମୋହନ ସାମଲ, ହାଇଟେକ ଆଇନଜୀବୀ ମାନସ ଚାନ୍ଦ, ଜୁନାଗଡ଼ ଜେଏମଏଫସି ର ବିଚାରପତି ମହାପାତ୍ର ସୁଯ୍ୟକାନ୍ତ ଆଚାର୍ଯ୍ୟ, ନୂତନ ସିଭିଲକୋର୍ଟ ଜଜ ସିଙ୍କୁନ ରଏ, ଜୁନାଗଡ଼ ବାର ଏସୋସିଏସନ ସଭାପତି ଅଶୋକ ପାତ୍ର, ସମ୍ପାଦକ ହିମାଂଶୁ ବରାଡ଼ ସମେତ କର୍ମକର୍ତା ଉପସ୍ଥିତ ଥିଲେ |


